fbpx

ବିଶ୍ୱ ବିଜେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisement

ଓଡ଼ିଶା ଭାସ୍କର: ଭାରତୀୟ ଦଳ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଟିମ୍ ଇଣ୍ଡିଆକୁ ବିଶ୍ୱକପ ବିଜୟ ପରେ ସେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରୋହିତଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାହାସହ ଫାଇନାଲରେ ବିରାଟ କୋହଲିଙ୍କ ଇନିଂସକୁ ବି ଭୂରି ଭୂରି ପ୍ରଶଂସା କରିଥିଲେ ମୋଦୀ । ସୂର୍ଯ୍ୟକୁମାର ଯାଦବ ଓ ହର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ବି ମୋଦୀ ଖୁସି ଜାହିର କରିଛନ୍ତି । ସେପଟେ ଯଶପ୍ରୀତ ବୁମରାଙ୍କ ବୋଲିଂକୁ ମଧ୍ୟ ମୋଦୀ ଢେର ପ୍ରଶଂସା କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶଥାଉ ଯେ, ଦୀର୍ଘ ୧୭ ବର୍ଷ ପରେ ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଜିତିଛି । ୧୧ ବର୍ଷ ପରେ ଭାରତକୁ ମିଳିଛି ଆଇସିସି ଟ୍ରଫି । ଯାହାକୁ ନେଇ ସାରା ଭାରତରେ ଏବେ ଉତ୍ସବର ମାହୋଲ ଲାଗି ରହିଛି ।

Get real time updates directly on you device, subscribe now.