fbpx

ଦିନିକିଆରେ ଦମ୍‌ଦାର ଦ୍ୱିଶତକ ହାସଲ କଲେ ପୃଥ୍ୱୀ ଶ’, ଲିଷ୍ଟ ଏରେ ଭାଙ୍ଗିଲେ ଅନେକ ରେକର୍ଡ

ନୂଆଦିଲ୍ଲୀ: ଖରାପ ଫର୍ମ ଏବଂ ଫିଟନେସ୍ କାରଣରୁ ଭାରତୀୟ ଦଳରୁ ବାଦ୍ ପଡ଼ିଥିବା ଓପନର ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଆକର୍ଶଣୀୟ ଦ୍ୱିଶତକ ହାସଲ କରିଛନ୍ତି । ବୁଧବାର ଇଲଂଣ୍ଡରେ ଚାଲିଥିବା ଏକଦିବସୀୟ କପ୍‌ରେ ପୃଥ୍ୱୀ ନର୍ଥମଟନ୍‌ସେୟାର ପାଇଁ ଖେଳି ସରସେଟ୍ ବିପକ୍ଷରେ ମାତ୍ର ୧୨୯ ବଲ୍‌ର ସାମ୍ନା କରି ନିଜର ଦ୍ୱିଶତକ ପରଣ କରିଥିଲେ ।

ନର୍ଥମଟନ୍ ପାଇଁ ତୃତୀୟ ମ୍ୟାଚ୍ ଖେଳୁଥିବା ବେଳେ ପୃଥ୍ୱୀ ୮୧ ବଲ୍‌ରେ ଶତକ ପରଣ କରିଥିଲେ । ଏହାପରେ ଆକ୍ରାତ୍ମକ ବ୍ୟାଟିଂ କରି ୧୨୯ ବଲ୍‌ରେ ଧମାକାଦାର ଦ୍ୱିଶତକ ପରଣ କରିଥିଲେ । ଶତକ ରୁ ଦ୍ୱିଶତକ ପୁରଣ କରିବା ପାଇଁ ଶ ମାତ୍ର ୪୮ ବଲ୍ ଆବଶ୍ୟକ କରିଥିଲେ । ତାଙ୍କର ଏହି ଦ୍ୱିଶତକରେ ୨୪ ଟି ଚୌକା ଏବଂ ୮ଟି ଛକା ସାମିଲ ଥିଲା । ଏହାପୁର୍ବରୁ ୨୦୨୦-୨୧ ବିଜୟ ହଜାର ଟ୍ରଫିରେ ଶ’ ଦିନିକିଆ କ୍ରିକେଟ୍‌ରେ ତାଙ୍କର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ । ପଡୁଚେରୀ ବିପକ୍ଷ ଏହି ମ୍ୟାଚ୍‌ରେ ଶ’ ୨୨୭ ରନ୍‌ର ଅପରାିତ ଇନିଂସ ଖେଳିଥିଲେ । ଯାହା ଏହି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋର୍ ରେକର୍ଡ ହୋଇଛି। ଏବେ ଆଉ ଏକ ଦ୍ୱିଶତକ ହାସଲ ସହିତ ପୃଥ୍ୱୀ ଲିଷ୍ଟ ଏ କ୍ରିକେଟ୍‌ରେ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଏହି ଦିନିକିଆ କପ୍‌ରେ ଏହି ଦ୍ୱିଶତକ ସହିତ ଶ’ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ଏହା ପୁର୍ବରୁ ଏହି ରେକର୍ଡ ଓଲି ରବିନ୍‌ସନ୍‌ଙ୍କ(୨୦୯) ନାଁ ରେ ଥିଲା।

  • ଏକ ଦିବସୀୟ କପ୍‌ରେ ନର୍ଥମଟନ୍ ବ୍ୟାଟ୍ସମ୍ୟାନ୍ ସର୍ବାଧିକ ସ୍କୋର ରେକର୍ଡ କରିବା ପାଇଁ ସୈଫ ଜଏବଙ୍କ 136 ଅତିକ୍ରମ କରିଛନ୍ତି।
  • ରୋହିତ ଶର୍ମାଙ୍କ ପରେ ଶଙ୍କର ଦ୍ୱିତୀୟ ଭାରତୀୟ ଭାବେ ଏକାଧିକ ତାଲିକା A ଦ୍ୱିଶତକ ରେକର୍ଡ କରିଛନ୍ତି। ରୋହିତଙ୍କର ଏହିପରି ତିନୋଟି ସ୍କୋର ଥିବାବେଳେ ଅଲି ବ୍ରାଉନ୍ ଏବଂ ଟ୍ରାଭିସ୍ ହେଡ୍ ଦୁଇଟି ଲେଖାଏଁ ଲେଖାଏଁ ଅଛନ୍ତି।
  • ଏକ ଦିବସୀୟ କପରେ ଜଣେ ଭାରତୀୟ ସର୍ବାଧିକ ସ୍କୋର ପାଇଁ ଚେତେଶ୍ୱର ପୂଜାରାଙ୍କ ରେକର୍ଡ ଭାଙ୍ଗିଛନ୍ତି।
  • ଏକ ଦିନିକିଆ କପରେ ଦ୍ୱିଶତକ ରେକର୍ଡ କରିବାରେ ଶ ’କେବଳ ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।
  • ଇଂଲଣ୍ଡରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ତାଲିକା A ସ୍କୋର ପାଇଁ ଶ ’ଭାରତ ପାଇଁ ସୋରାଭ ଗାଙ୍ଗୁଲିଙ୍କ 183 (v ଶ୍ରୀଲଙ୍କା, 1999) କୁ ଅତିକ୍ରମ କରିଛନ୍ତି।

Get real time updates directly on you device, subscribe now.