fbpx

କୋଭିଡ୍ ରୋଗୀଙ୍କ ଲାଗି ୫୦ ପ୍ରତିଶତ ବେଡ୍ ସଂରକ୍ଷଣ

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : କୋଭିଡ୍ ରୋଗୀଙ୍କ ଲାଗି ୫୦ ପ୍ରତିଶତ ବେଡ୍ ସଂରକ୍ଷଣ । ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ କରୋନା ରୋଗୀଙ୍କ ଲାଗି ବେଡ୍ ସଂରକ୍ଷଣ । ସାଧାଣରଣ ବେଡ୍ ସହ ଭେଣ୍ଟିଲେଟର ଓ ଆଇସିୟୁ ରୋଗୀଙ୍କ ଲାଗି ସଂରକ୍ଷଣ କରାଯିବ । ଯେଉଁ ଘରୋଇ ହସ୍ପିଟାଲରେ ୩୦ ରୁ ଅଧିକ ଆଇସିୟୁ ଥିବ ସେଠାରେ ଲାଗୁ ହେବ ଏହି ନିୟମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସବୁ ଜିଲ୍ଲାପାଳ ଓ ମୁନିଶପାଲଟି କର୍ମଚାରୀଙ୍କୁ ACS ପିକେ ମହାପାତ୍ର ଚିଠି ଲେଖି ଜଣାଇଛନ୍ତି । କୌଣସି କୋଭିଡ୍ ରୋଗୀଙ୍କୁ ଚିକିତ୍ସା ନକରି ହସ୍ପିଟାଲ ଫେରାଇ ପାରିବ ନାହିଁ । ହସ୍ପିଟାଲ ଗୁଡିକ ନିଜସ୍ୱ ଡେସ୍କ ତିଆରି କରିବା ପାଇଁ ନିର୍ଦ୍ଦେଶ ହୋଇଛି । କରୋନା ରୋଗୀଙ୍କ ଲାଗି ଘରୋଇ ହସ୍ପଟାଲ ତରଫରୁ ଦେୟ ନିର୍ଦ୍ଦାରଣ ହୋଇଛି । ଆଇସିୟୁରେ ରହିଲେ ଦୈନିକ ୧୦ ହଜାରରୁ ସର୍ବଧିକ ୧୭ ହଜାର ଟଙ୍କା ଦେବାକୁ ପଡିବ । ସେହିପରି ସାଧାରଣ ବେଡ୍ ପାଇଁ ଦୈନିକ ୧୨ ଶହ ଟଙ୍କା ଏବଂ ଖାଦ୍ୟ, ଔଷଧ ସହ ୧୭ ଶହ ୫୦ ଟଙ୍କା ଦେବାକୁ ପଡିବ । ଏହାସହ ଭେଣ୍ଟିଲେଟର ଓ ଆଇସିୟୁରେ ରହିଲେ ଦୈନିକ ୧୨ ରୁ ୧୮ ହଜାର ଟଙ୍କା ମୂଲ୍ୟାୟନ କରାଯାଇଛି । କୋଭିଡ୍ ରୋଗୀଙ୍କ ହସ୍ପିଟାଲ ଫେରାଇ ଦେଉଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

 

Get real time updates directly on you device, subscribe now.