fbpx
BJD
BJD SKY
BJD SKY

୨୦ ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରିୟା ମଲିକ, ଦ୍ୱିତୀୟ ଭାରତୀୟ ଭାବେ ହାସଲ କଲେ ସଫଳତା

BJD

ନୁଆଦିଲ୍ଲୀ: ୨୦ ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି ପ୍ରିୟା ମଲିକ । ୭୬ କେଜି ବର୍ଗରେ ବିଜୟୀ ହୋଇ ଦ୍ୱିତୀୟ ଭାରତୀୟ ଭାବରେ ସେ ଏହି ସଫଳତା ପାଇଛନ୍ତି । ପ୍ରିୟା ଏହି ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ପ୍ରତ୍ୟେକ ମ୍ୟାଚ୍‌ରେ ଏକପାଖିଆ ପ୍ରଦର୍ଶନ କରି ଗୋଟିଏ ବି ପଏଣ୍ଟ ହାତଛଡ଼ା କରି ନଥିଲେ । ଫାଇନାଲରେ ପ୍ରିୟା ଜର୍ମାନୀର ଲୌରା ସେଲିନ୍ କୁହେନ୍‌ଙ୍କୁ ୫-୦ରେ ହରାଇ ଟାଇଟଲ୍ ଉପରେ କବଜା କରିଥିଲେ । ୨୦୨୧ ଏବଂ ୨୦୨୨ରେ ସେ ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତା ଜିତିଥିବା ବେଳେ ଏବେ ୨୦ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ନିଜର ବିଜୟ ବାନା ଉଡ଼ାଇଛନ୍ତି।

Get real time updates directly on you device, subscribe now.