fbpx

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ହେବେ ପିଟି ଉଷା

ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି। ଯେହେତୁ ସେ ଡିସେମ୍ବର ୧୦ ନିର୍ବାଚନ ପାଇଁ ଏହି ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବରେ ଉଭା ହୋଇଛନ୍ତି, ତେଣୁ ସେ ସଭାପତି ହେବା ପାଇଁ ଏକ ପ୍ରକାର ନିର୍ବାଚିତ ହୋଇ ସାରିଛନ୍ତି। ୫୮ ବର୍ଷ ବୟସ୍କା ଉଷା, ଏକାଧିକ ଏସୀୟ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ତଥା ୧୯୮୪ ଅଲିମ୍ପିକ୍ସ ୪୦୦ ମିଟର ଦୌଡ଼କୁଦ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାରକାରୀ। ରବିବାର ଦିନ ପି.ଟି ଉଷା ଏହି ଶୀର୍ଷ ପଦବୀ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ ଏବଂ ବିଭିନ୍ନ ପଦବୀ ପାଇଁ ତାଙ୍କ ଦଳର ୧୪ ଜଣ ମଧ୍ୟ ଯୋଗ ଦେଇଥିଲେ।

ତେବେ ଉପସଭାପତି (ମହିଳା), ଯୁଗ୍ମ ସଚିବ (ମହିଳା) ଙ୍କ ଗୋଟିଏ ପଦବୀ ପାଇଁ ପ୍ରତିଯୋଗିତା ହେବ। ଚାରିଜଣ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟଙ୍କ ପାଇଁ ୧୨ ଜଣ ପ୍ରାର୍ଥୀ ଥିଲେ। ଆଇଓସି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରବିବାର ଶେଷ ହୋଇଛି। ଆଇଓସି ନିର୍ବାଚନ ରିଟର୍ନ ଅଫିସର ଉମେଶ ସିହ୍ନା ଶୁକ୍ରବାର ଏବଂ ଶନିବାର ଦିନ କୌଣସି ନାମାଙ୍କନ ଗ୍ରହଣ କରିନାହାଁନ୍ତି କିନ୍ତୁ ରବିବାର ଦିନ ୨୪ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Get real time updates directly on you device, subscribe now.