fbpx

ଭିନ୍ନ ରୂପରେ ଭାରତକୁ ଫେରିବ ପବ୍-ଜୀ

ନୂଆଦିଲ୍ଲୀ, ୭ା୫: ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦିବାନା କରିଦେଇଥିବା ପବ୍-ଜୀ ପୁଣି ଫେରୁଛି । ପୁଣି ବ୍ୟବହାରକାରୀମାନେ ପବ୍-ଜୀକୁ ଉପଭୋଗ କରିବେ । କିଛିଦିନ ପୂର୍ବରୁ ଭାରତ ବଜାରରୁ ପବ୍-ଜୀ ଅଦୃଶ୍ୟ ହୋଇଯାଇଥିଲା । ମାତ୍ର ବହୁ ପ୍ରତୀକ୍ଷା ପରେ ଏହା ଭାରତକୁ ନୂଆ ରୂପରେ ଫେରୁଛି । ଏହି ଖବର ଶୁଣିବା ପରେ ଦେଶର ଯୁବପୀଢ଼ିଙ୍କ ମଧ୍ୟରେ ପବ୍-ଜୀଙ୍କୁ ନେଇ ଉତ୍ସାହ ବଢ଼ିଯାଇଛି । ଏଣିକି ସମସ୍ତେ ପବ୍-ଜୀ ମୋବାଇଲକୁ ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ନାମରେ ଜାଣିବେ ।

ବ୍ୟାଟେଲଗ୍ରାଉଣ୍ଡସ ଗେମ ଖେଳିବା ସମ୍ପୂର୍ଣ୍ଣ ମାଗଣା କରାଯାଇଛି ବୋଲି ଅଫିସିଆଲି ଏକ ଘୋଷଣା କରାଯାଇଛି । ନୂଆ କରି ଲଞ୍ଚ ହେବା ଅବସରରେ ପବ୍-ଜୀ ମୋବାଇଲର ମୁଖ୍ୟ କମ୍ପାନୀ ପକ୍ଷରୁ ଏନେଇ ନୂଆ ଲୋଗୋ ନିର୍ମାଣ କରାଯାଇଛି । ନୂଆ ଲୋଗୋରେ ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ଲେଖା ରହିଛି । ବ୍ୟାଟେଲଗ୍ରାଉଣ୍ଡସର ପ୍ରାଇଭେସି ପଲିସିରେ ଅନେକ ପରିବର୍ତ୍ତନ କରାଯାଇଛି । ବିନା ଅନୁମତିରେ ୧୮ ବର୍ଷରୁ କମ୍ ବୟସ୍କଙ୍କର କୌଣସି ବ୍ୟକ୍ତିଗତ ତଥ୍ୟ ସେୟାର କରାଯିବ ନାହିଁ । ଯଦି ୟୁଜରଙ୍କ ବୟସ ୧୮ ବର୍ଷର କମ ହୋଇଥାଏ, ତେବେ ପିତାମାତାଙ୍କ ଅନୁମତି କ୍ରମେ ସେ ମୋବାଇଲ ନମ୍ବର ଦେଇପାରିବେ । ଏହି ବୟସର ପିଲାମାନେ ଦିନକୁ କେବଳ ୩ ଘଣ୍ଟା ପାଇଁ ଏହାର ଲାଭ ଉଠାଇ ପାରିବେ । ଏମାନେ ଦିନକୁ ଗେମ୍ ପାଇଁ ସର୍ବାଧିକ ୭ ହଜାର ଟଙ୍କାର ପେଡ୍ ସର୍ଭିସ ନେଇପାରିବେ ବୋଲି କୁହାଯାଇଛି । ବର୍ତ୍ତମାନ କମ୍ପାନୀ ଏହାର ଅଫିସ ବେଙ୍ଗାଲୁରୁରେ ସ୍ଥାପନ କରିବା ସହ ୧୬୪ କୋଟି ଟଙ୍କାର ନିବେଶ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.