fbpx

ପବ୍ ନା ବାର୍… କେଉଁଠି ସମସ୍ତଙ୍କୁ ଯିବାକୁ ମିଳେ ଅନୁମତି? ନ ଥାଏ କଟକଣା!

AAKASH

ଓଡ଼ିଶା ଭାସ୍କର: ବର୍ତ୍ତମାନର ଯୁବପିଢୀଙ୍କୁ ପବ୍, କ୍ଲବ୍ ଏବଂ ବାର୍ ଯିବାର ନିଶା ଘାରିଛି । କେବଳ ସେତିକି ନୁହେଁ, କିଛି ଲୋକ ଫାର୍ମ ହାଉସ ବୁକ୍ କରି ସେଠାରେ ପାର୍ଟି ମଧ୍ୟ କରିଥାନ୍ତି । ତେବେ କିଛି ସ୍ଥାନକୁ ନାବାଳକମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳି ନଥାଏ । ତେବେ ପାର୍ଟି କରିବା ସ୍ଥାନରେ ପହଞ୍ଚି ଦ୍ୱାରମୁହଁରୁ ଫେରିବା ସେମାନଙ୍କୁ ବହୁତ କଷ୍ଟ ଦେଇଥାଏ । କାରଣ ସେଠାରେ ସେମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥାଏ । କମ ବୟସ ଯୋଗୁଁ ସେମାନଙ୍କୁ ଭିତରକୁ ଯିବାକୁ ଦିଆଯାଏ ନାହିଁ । ତେବେ କେଉଁ ସ୍ଥାନରେ ସେମାନଙ୍କୁ ଅନୁମତି ମିଳିଥାଏ?

ବାର୍ ରେ ମଦ ବିକ୍ରି କରିବା ପାଇଁ ଅନୁମତି ମିଳିଥାଏ । ଯେ କୌଣସି ବ୍ୟକ୍ତି ସେଠାରେ ବସି ମଦ୍ୟପାନ କରିପାରିବେ । ଏହାସହିତ ଡ୍ରିଙ୍କ ସରିବା ପରେ ପାରରେ ଅଧିକ ସମୟ ରହିପାରିବେ ନାହିଁ କୌଣସି ଗ୍ରାହକ । ତେବେ ବାର ଚଳାଇବା ପାଇଁ ସମ୍ବନ୍ଧିତ ବିଭାଗ ତରପରୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିଥାଏ । ବିଭାଗ ତରପରୁ ଲାଇସେନ୍ସ ମିଳିବା ପରେ ବାର ଭିତରେ ମଦ ବିକ୍ରିକୁ ହୋଇପାରିବ । କିନ୍ତୁ ପବ୍ କିମ୍ବା କ୍ଲବ ଇତ୍ୟାଦିରେ ପ୍ରବେଶ କରିବା ପାଇଁ ଆପଣଙ୍କୁ ଶୁଳ୍କ ଦେବାକୁ ପଡ଼ିଥାଏ । ଏଠାରେ ନାଚଗୀତ କରିବା ପାଇଁ ମଧ୍ୟ ସମସ୍ତଙ୍କୁ ଅନୁମତି ମିଳିଥାଏ ।

ପବ୍, ବାର୍ ଏବଂ କ୍ଲବରେ ମଦ ପିଇବାର ବୟସସୀମା ୧୮-୨୧ ବର୍ଷ ବୟସ ହୋଇଥାଏ । ବାରରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୌଣସି ପ୍ରକାରେ ପ୍ରବେଶ ପାଇଁ ଅନୁମତି ମିଳିନଥାଏ । ବାରରେ ପରିବାର ସହ ଆସିଥିବା ପିଲା(ନାବାଳକ)ମାନଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ । କିନ୍ତୁ ପବରେ ଏହି ନିୟମ କୋହଳ କରାଯାଇଥାଏ । ପବର ମେନ୍ୟୁରେ ଅଧିକ ପ୍ରକାରର ଖାଦ୍ୟ ବିକଳ୍ପ ରହିଥାଏ । ମଦ୍ୟପାନ ସହିତ, ସାଇଡର୍ ଏବଂ ମୃଦୁ ପାନୀୟ ମଧ୍ୟ ପବ୍ ରେ ପରିବେଷଣ କରାଯାଏ । ଏପରି ପରିସ୍ଥିତିରେ, ଯଦି ନାବାଳକ ବୟସ୍କଙ୍କ ସହିତ ଆସିଛନ୍ତି ତେବେ ସେ ପ୍ରବେଶ କରିବେ । କେତେକ ସ୍ଥାନରେ ମଦ ସେବନ ପାଇଁ ବୟସ ସୀମା ମଧ୍ୟରେ ଏକ ପାର୍ଥକ୍ୟ ଅଛି ।

Get real time updates directly on you device, subscribe now.