fbpx

IPLରୁ ବାଦ୍ ପଡିଲେ ଷ୍ଟାର କ୍ରିକେଟର: ୬ କୋଟିରେ କିଣିଥିଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଶିଖର ଧୱନଙ୍କ ନେତୃତ୍ୱରେ ଖେଳିବାକୁ ଯାଉଥିବା ପଞ୍ଜାବ କିଙ୍ଗସକୁ ଲାଗିଛି ଏକ ଶକ୍ତ ଝଟକା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳରେ ସାମିଲ କରିଥିବା ଜଣେ ଷ୍ଟାର ଖେଳାଳି ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଏହି ଖେଳାଳିଙ୍କୁ ତାଙ୍କ ଦେଶର କ୍ରିକେଟ ବୋର୍ଡ ତରଫରୁ ଆଇପିଏଲ ଖେଳିବା ପାଇଁ ଭାରତ ଆସିବାକୁ ଅନୁମତି ମିଳି ପାରିନାହିଁ ।

Jonny Bairstow-Shikhar Dhawan - Cricket Addictor Hindi

ପାଦରେ ଆଘାତ ଯୋଗୁଁ ଇଂଲଣ୍ଡର ଷ୍ଟାର ଖେଳାଳି ଜନି ବେୟାରଷ୍ଟୋଙ୍କୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଭାରତ ଆସିବା ପାଇଁ ଅନୁମତି ଦେଇ ନାହିଁ । ବୋର୍ଡ ତରଫରୁ ଏନଓସି ନ ମିଳିବାରୁ ସେ ଚଳିତବର୍ଷର ସମ୍ପୂର୍ଣ୍ଣ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଆସନ୍ତା ୩୧ ତାରିଖରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡର ଏହି ନିଷ୍ପତ୍ତି ପଞ୍ଜାବ କିଙ୍ଗସକୁ ଏକ ବଡ ଝଟକା ଦେଇଛି । ତେବେ ସାଥୀ ଖେଳାଳି ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ବୋର୍ଡ ଅନୁମତି ଦେଇ ସାରିଛି ।

Jonny Bairstow to replace Bhanuka Rajapaksa? Predicting PBKS' likely playing 11 against GT in IPL 2022

ଚଳିତବର୍ଷ ଆଇପିଏଲ ନିଲାମୀରେ ୬.୭୫ କୋର୍ଟ ଟଙ୍କାରେ ଜନି ବେୟାରଷ୍ଟୋଙ୍କୁ ନିଜ ଦଳରେ ସାମିଲ କରିଥିଲା ପଞ୍ଜାବ କିଙ୍ଗସ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଖେଳିବା ପୂର୍ବରୁ ତାଙ୍କୁ ହରାଇଛି ଶିଖର ସେନା । ତେଣୁ ବର୍ତ୍ତମାନ ଶିଖର ଧୱନଙ୍କୁ ଜନି ବେୟାରଷ୍ଟୋଙ୍କ ବିକଳ୍ପ ଖୋଜିବାକୁ ପଡିବ ।

Get real time updates directly on you device, subscribe now.