fbpx

(Video) ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ: ଜଳୁଛି ପୁରୀର ଲକ୍ଷ୍ମୀ ମାର୍କେଟ୍, ଏକା କାଳିଆ ହିଁ ଆମର ଭରସା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତି ୮ଟା ସମୟରେ ପୁରୀ ଟାଉନ ଥାନା ଅନ୍ତର୍ଗତ ମରିଚିକୋଟ ନିକଟସ୍ଥ ଲକ୍ଷ୍ମୀବଜାରରେ ନିଆଁ ଲାଗିଯାଇଥିଲା । ତେବେ ଏହାମଧ୍ୟରେ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ରେ ଲାଗିଥିବା ନିଆଁକୁ ଲିଭାଇବାରେ ସକ୍ଷମ ହୋଇନାହିଁ ପ୍ରଶାସନ । ୧୦ରୁ ଅଧିକ ଦମକଳ ପାଣି ସରିଗଲାଣି ମାତ୍ର ନିଆଁ ଲିଭିବାର ନାଁ ଧରୁନି ।

ସମ୍ରାଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଥିବା ଏକ କପଡ଼ା ଦୋକାନରେ ଗତକାଲି କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ତେବେ ଦୋକାନରେ ବହୁମାତ୍ରାରେ ଡ୍ରେସ ରହିଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ନିଆଁ ଭୟରେ କେହି ଭିତରକୁ ପଶିବାକୁ ସାହାସ କରୁନାହାନ୍ତି । ଯୁଆଡ଼େ ଚାହିଁଲେ ଖାଲି ଧୂଆଁମୟ । ଗତକାଲି ଉଦ୍ଧାରକାରୀ ଟିମ୍ ୧୫ ଜଣଙ୍କୁ ଉଦ୍ଧାର କରିଥିଲେ ।

ତେବେ ନିଆଁ ଲିଭୁନଥିବାରୁ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ନାକେଦମ୍ ହୋଇପଡ଼ିଲେଣି । ଏହା ମଧ୍ୟରେ ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପି ସେଠାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫ୍ୟାସନକୁ ନିଆଁ ଧରିଥଲାଣି । ନିଆଁ ଏତେ ଭୟଙ୍କର ଥିଲା ଯେ ତାହାକୁ ଆୟତ୍ତ କରିବାକୁ ଯାଇ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନିଆଁର କରାଳ ଛାୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟ ଦୃଶ୍ୟମାନ ହେଉନାହିଁ । ଲାଗୁଛି ସତେ ଯେମିତି ଶ୍ରୀକ୍ଷେତ୍ର ଧାମ ସହିତ ଓଡ଼ିଶା ପାଇଁ ଏକ ବଡ଼ ବିପଦ ମାଡ଼ି ଆସିଛି ।

ତେବେ ନିଆଁକୁ ନେଇ ପରିସ୍ଥିତି ଜଟିଳ ହେବାକୁ ଲାଗିଛି । କୋଠାଟିର ତିନି ପଟ ରାସ୍ତା ବନ୍ଦ ରହିବା ସହ ସକୀର୍ଣ୍ଣ କାରଣରୁ ନିଆଁ ଲିଭାଇବାରେ ସମସ୍ୟା ସୃଷ୍ଟି ହେଉଛି । କମ୍ପ୍ଲେକ୍ସରେ ଥିବା ୪୦-୫୦ ଦୋକାନର ମାଲିକମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେଣୁ ଘଟଣାସ୍ଥଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଅଗ୍ନିଶମ ଡିଜି ଉପସ୍ଥିତି ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Get real time updates directly on you device, subscribe now.