fbpx

ପୁରୀ ରାମଚଣ୍ଡୀରେ ହେବ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ

ପୁରୀ, ୨୦ା୧(ଓଡ଼ିଶା ଭାସ୍କର): ପୁରୀ ରାମଚଣ୍ଡୀରେ ଅନ୍ତର୍ଦେଶୀୟ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ ହେବ । ଫେବ୍ରୁଆରି ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ମକଡ୍ରିଲ ଚାଲିବ ବୋଲି ସୂଚନା ମିଳିଛି । ଏଥିରେ ବାଙ୍ଗଲାଦେଶ, ଭୁଟାନ, ଥାଇଲାଣ୍ଡ ଓ ଡ଼େନମାର୍କ ଭାଗନେବେ । ଏହାସହ ମକଡ୍ରିଲରେ ନେପାଳ, ଭାରତ ଓ ଶ୍ରୀଲଙ୍କା ମଧ୍ୟ ଭାଗ ନେବେ । ଏନେଇ ମୁଖ୍ୟଶାସନ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି ଏନଡିଆରଏଫ ଡିଜି । ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଅନୁଭୂତି ଦୃଷ୍ଟିରୁ ଏହା ହେଉଛି ବୋଲି ଏନଡ଼ିଆରଏଫ ଡିଜି କହିଛନ୍ତି ।

Get real time updates directly on you device, subscribe now.