fbpx

ଓଡ଼ିଶା ଫେରିଲେ ଚଉଦ ନୁହେଁ ୨୮ ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ

ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ନୂଆ ନିୟମ । ଓଡ଼ିଶା ଫେରିଲେ ଏଣିକି ୧୪ ଦିନ ନୁହେଁ ୨୮ଦିନିଆ ସଙ୍ଗରୋଧରେ ରହିବେ ପ୍ରବାସୀ । ୧୪ରୁ ୨୧ ଦିନକୁ ସରକାରୀ ସଙ୍ଗରୋଧ ସମୟ ବଢ଼ାଯାଇଛି । ପରେ ୭ଦିନ ଘରେ ସଙ୍ଗରୋଧରେ ରହିବେ । ପ୍ରବାସୀମାନଙ୍କୁ ମୋଟ୍ ୨୮ଦିନ ସଙ୍ଗରୋଧରେ ରହିବାକୁ ହେବ । ୨୮ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇବାର ସମ୍ଭାବନା ଅଛି । ତେଣୁ ସମସ୍ତେ ୨୮ଦିନିଆ ସଙ୍ଗରୋଧ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.