fbpx

ଫଟାଫଟ୍ ନିଜ ଫୋନରୁ ଡିଲିଟ୍ କରନ୍ତୁ ଏହି ୮ଟି ଆପ୍, ଗୁଗୁଲ ପକ୍ଷରୁ ହେଲା ବ୍ୟାନ୍

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲୋକମାନେ କ୍ରିପ୍ଟୋକରେନ୍ସି ପ୍ରତି ବହୁତ ଆଗ୍ରହ ଦେଖାଉଛନ୍ତି ଏବଂ ଏହା ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଲୋକମାନେ ଗୋଟିଏ ପଟେ କ୍ରିପ୍ଟୋକରେନ୍ସି ପ୍ରତି ବହୁତ ଆଗ୍ରହ ଦେଖାଉଥିବାବେଳେ ହ୍ୟାକରମାନେ ଏହାର ଫାଇଦା ଉଠାଉଛନ୍ତି ଏବଂ ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ଏଥିପାଇଁ ସେମାନେ ଉପଭୋକ୍ତାମାନଙ୍କୁ ବିଭିନ୍ନ ପ୍ରକାରର ଆପ୍ ଇନଷ୍ଟଲ୍ କରିବାକୁ କହୁଛନ୍ତି ଯେଉଁଥିରେ ଫୋନ୍ ହ୍ୟାକ୍ ହେବା ପରି ମାଲୱେୟାର୍ ଏବଂ ଆଡୱେୟାର୍ ରହିଥାଏ । ଏହାକୁ ଡାଉନ ଲୋଡ୍ କରିବା ଦ୍ୱାରା ୟୁଜର୍ସ ମାନଙ୍କ ଫୋନ୍ ରେ ଥିବା ସବୁ ଡାଟା ହ୍ୟାକର୍ ମାନଙ୍କ ପାଖକୁ ଚାଲିଯାଏ । ତେବେ ଗୁଗୁଲ ପକ୍ଷରୁ ଏହିଭଳି କିଛି ମାଲିସିୟସ୍ ଆପ୍ କୁ ବ୍ୟାନ୍ କରିଛି ଏବଂ ପ୍ଲେ ଷ୍ଟୋର୍ ରୁ ହଟାଇ ଦେଇଛି ।

ଗୁଗୁଲ ପକ୍ଷରୁ ବଛା ବଛା ୮ଟି ଆପ୍ କୁ ପ୍ଲେ ଷ୍ଟୋର୍ ରୁ ହଟାଇଛି । ଏହି ଆପ୍ ଗୁଡ଼ିକରେ ଉପଭୋକ୍ତା ମାନଙ୍କୁ ମୋଟା ଅଙ୍କର ଲାଭ ମିଳିବା ନେଇ କୁହାଯାଉଥିଲା । ସିକ୍ୟୁରିଟି ଫାର୍ମ ଟ୍ରେଣ୍ଡ ମାଇକ୍ରୋ ଏହାର ବିଶ୍ଳେଷଣ ଉପରେ ଆଧାର କରି ଏକ ରିପୋର୍ଟରେ କହିଛି ଯେ, ଏହି ୮ ଟି ମାଲିସିୟସ୍ ଆପ୍ ବିଜ୍ଞାପନ ବାହାନାରେ ଲୋକଙ୍କୁ ଧୋକା ଦେଉଥିଲେ । ସବସ୍କ୍ରିପସନ୍ ପାଇଁ ଦେୟ ଦେଉଥିଲେ ଯାହାର ହାରାହାରି ମାସିକ ଦେୟ ୧୫ ଡଲାର୍ ଅର୍ଥାତ୍ ୧୧୧୫ ଟଙ୍କା ।

ଟ୍ରେଣ୍ଡ ମାଇକ୍ରୋ ଏହି ଖବର ଗୁଗୁଲ୍ ପ୍ଲେକୁ ଦେଇଥିଲା ଏବଂ ଗୁଗୁଲ ଏହାକୁ ତୁରନ୍ତ ହଟାଇଲା । ଏଠାରେ ଯଦିଓ ଗୁଗୁଲ ହୁଏତ ପ୍ଲେ ଷ୍ଟୋରରୁ ଏହି ଆପଗୁଡ଼ିକୁ ଅପସାରଣ କରିଥାଇପାରେ, କିନ୍ତୁ ଯଦି କିଛି ଉପଭୋକ୍ତା ସେମାନଙ୍କ ଫୋନ୍ ରେ ଏହି ମାଲିସିୟସ୍ ଆପ୍ କୁ ଇନଷ୍ଟଲ୍ କରି ରଖିଥାଇପାରନ୍ତି । ତେଣୁ ଆପଣ ମାନେ ଯଦି ଏହି ୮ଟି ଆପ୍ ଭିତରୁ କେଉଁଟିକୁ ବି ଯଦି ରଖିଛନ୍ତି ତେବେ ତୁରନ୍ତ ଡିଲିଟ୍ କରନ୍ତୁ । ସେଗୁଡିକ ହେଲା:

1. BitFunds – Crypto Cloud Mining
2. Bitcoin Miner – Cloud Mining
3. Bitcoin (BTC) – Pool Mining Cloud Wallet
4. Crypto Holic – Bitcoin Cloud Mining
5. Daily Bitcoin Rewards – Cloud Based Mining System
6. Bitcoin 2021
7. MineBit Pro – Crypto Cloud Mining & btc miner
8. Ethereum (ETH) – Pool Mining Cloud

ତେବେ ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ, ଏଥିରେ ଦୁଇଟି ଏମିତି ଆପ୍ ରହିଛି ଯାହାକୁ ଟଙ୍କା ଦେଇ କିଣିବାକୁ ପଡ଼ୁଥିଲା । କ୍ରିପ୍ଟୋ ହୋଲିକ୍ – ବିଟକଏନ୍ କ୍ଲାଉଡ୍ ମାଇନିଂ ଆପ୍ ଡାଉନଲୋଡ୍ କରିବାକୁ ଉପଭୋକ୍ତାମାନଙ୍କୁ ୧୨.୯୯ ଡଲାର୍ (ପ୍ରାୟ ୯୬୬ ଟଙ୍କା) ଦେବାକୁ ପଡ଼ିଥାଏ । ଏଥି ସହିତ, ଉପଭୋକ୍ତାମାନଙ୍କୁ ଡେଲି ବିଟକଏନ୍ ରିୱାର୍ଡ – କ୍ଲାଉଡ୍ ବେସଡ୍ ମାଇନିଂ ସିଷ୍ଟମ୍ ଡାଉନଲୋଡ୍ କରିବାକୁ ୫.୯୯ ଡଲାର୍ (ପ୍ରାୟ ୪୪୫ ଟଙ୍କା) ଦେବାକୁ ପଡ଼ିଥାଏ ।

ଏହା ବ୍ୟତୀତ ଟ୍ରେଣ୍ଡ ମାଇକ୍ରୋ ଏହା ମଧ୍ୟ କହିଛି ଯେ, ୧୨୦ ଟି ନକଲି କ୍ରିପ୍ଟୋକରେନ୍ସି ମାଇନିଂ ଆପ୍ ଅନଲାଇନରେ ଉପଲବ୍ଧ ରହିଛି । କମ୍ପାନୀ ଏହାର ବ୍ଲଗରେ କହିଛି ଯେ ଏହି ଆପଗୁଡିକର କ୍ରିପ୍ଟୋକରେନ୍ସି ମାଇନିଂ କ୍ଷମତା ନାହିଁ ଏବଂ ସେମାନେ ଇନ୍-ଆପ୍ ବିଜ୍ଞାପନ ଦେଖାଇବା ବାହାନାରେ ଉପଭୋକ୍ତାମାନଙ୍କୁ ଧୋକା ଦିଅନ୍ତି । ଏହି କାରଣରୁ, ଜୁଲାଇ ୨୦୨୦ ରୁ ଜୁଲାଇ ୨୦୨୧ ପର୍ୟ୍ୟନ୍ତ ପ୍ରାୟ ୪୫୦୦ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି।

Get real time updates directly on you device, subscribe now.