fbpx

ଜାଡେଜାଙ୍କ ଦମଦାର ଶତକ: ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଛି । ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିବା ସହ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ଜାଡେଜାଙ୍କ ଶତକ ସାଙ୍ଗକୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ଟି ୱିକେଟ ହରାଇ ୪୬୮ ରନ୍ ସଂଗ୍ରହ କରିଛି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ୯୬, ହନୁମା ବିହାରୀ ୫୮ ଓ ନିଜର ୧୦୦ତମ ଟେଷ୍ଟ ମ୍ୟାଚ ଖେଳୁଥିବା ବିରାଟ କୋହଲି ୪୫ ରନ୍ ସଂଗ୍ରହ କରିଥିଲେ ।

ଗତକାଲି ଭାରତ ୬ ୱିକେଟ ହରାଇ ୩୫୭ ରନ୍ ସଂଗ୍ରହ କରିଥିଲା । ଏହି ଶତକ ବଳରେ ଜାଡେଜା ନିଜ ଟେଷ୍ଟ କ୍ୟାରିୟର ଦ୍ୱିତୀୟ ଶତକ କରିଛନ୍ତି । ଶ୍ରୀଲଙ୍କା ପକ୍ଷରୁ ସୁରଙ୍ଗା ଲକମଲ, ଲସିଥ ଏମ୍ବୁଲଡେନିଆ ୨ଟି ଲେଖାଏଁ, ବିଶ୍ୱ ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା, ଧନଞ୍ଜୟ ଡି’ ସିଲଭା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Get real time updates directly on you device, subscribe now.