fbpx

(video)ନୂଆବର୍ଷରେ ଜାମ୍ ଉପହାର ଦେବେ ରାହୁଲ, ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ୍ କରି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଆସିଯିବ ନୂଆବର୍ଷ । ବର୍ଷର ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଅଭିନବ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ସହ ମିଶି କିଛି ରାନ୍ଧୁଥିବାର ନଜର ଆସୁଛନ୍ତି । ଭିଡିଓରେ ରାହୁଲ ଓ ସୋନିଆ ଗାନ୍ଧୀ ଜାମ୍ ତିଆରି କରୁଥିବାର ଦେଖିବାକୁ ମିଳୁଛି । ସୋନିଆ ଗାନ୍ଧୀ କହିଛନ୍ତି ଦଶକ ପୂର୍ବରୁ କିପରି ସେ ଭାରତୀୟ ଖାଦ୍ୟ ସହ ନିଜକୁ ସଂପୂର୍ଣ୍ଣ ଭାବରେ ଅଭ୍ୟସ୍ତ କରି ନେଇଥିଲେ । ସେ କହିଥିଲେ ଯେତେବେଳେ ସେ ପ୍ରଥମେ ଭାରତ ଆସିଥିଲେ ତାଙ୍କୁ ଭାରତୀୟ ଖାଦ୍ୟ ପ୍ରତି ଅନୁକୂଳ ହେବାକୁ ସମୟ ଲାଗିଥିଲା ।

ଭିଡିଓ ଆରମ୍ଭରେ ରାହୁଲ ଓ ସୋନିଆ ବଗିଚାରେ ଫଳ ତୋଳୁଥିବା ଦେଖିବାକୁ ମିଳୁଛି । ଫଳ ତୋଳିବା ପରେ ଏହାର ରସକୁ ଏକ ପାତ୍ରରେ ରଖି ନିଆଁରେ ରଖୁଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ କହୁଛନ୍ତି କି ଯଦି ବିଜେପିର ଲୋକମାନେ ଏହି ଜାମ୍ ନେବାକୁ ଚାହିଁବେ ତେବେ ସେମାନେ ଏହା ନେଇପାରିବେ । ଏହା ଉପରେ ସୋନିଆ ଗାନ୍ଧୀ ମଜା କରି କହୁଛନ୍ତି ସେମାନେ ଏହି ଜାମ୍‌କୁ ଆମ ଉପରେ ଫିଙ୍ଗି ଦେବେ । ରାହୁଲ ଗାନ୍ଧୀ କହୁଛନ୍ତି ଯେତେବେଳେ ସେ ଇଂଲଣ୍ଡରେ ପଢୁଥିଲେ ସେତେବେଳେ ସେ ରୋଷେଇ ଶିଖିଯାଇଥିଲେ । କାରଣ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା । ରାହୁଲ କହିଛନ୍ତି ତାଙ୍କ ମା’ ବହୁତ ଭଲ ରୋଷେଇ କରୁଥିଲେ । ଭିଡିଓ ଶେଷରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଛୋଟ ଛୋଟ କାଚ ବୋତଲରେ ଜାମ୍ ପ୍ୟାକ କରୁଥିବାର ଦେଖାଯାଉଛି । ଏହି ଜାର୍‌ରେ ଏକ କାର୍ଡ ବି ଲଗାଯାଇଛି ଯେଉଁଥିରେ ଲେଖାଯାଇଛି ‘ଉଇଥ୍ ଲଭ୍ ଫ୍ରମ୍ ସୋନିଆ ଆଣ୍ଡ ରାହୁଲ ।’ ତେବେ ନୂଆବର୍ଷ ଅବସରରେ ରାହୁଲ ଲୋକଙ୍କୁ ଏହି ଜାମ୍ ଉପହାର ଆକାରରେ ଦେବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.