fbpx

(Video) ବଡ଼ ଅଘଟଣ: ରାହୁଲ ଗାନ୍ଧୀଙ୍କ ଷ୍ଟେଜ୍ ଅଚାନକ ଭାଙ୍ଗିଗଲା, ମଞ୍ଚରେ ଥିଲେ ଅନେକ ନେତା

AAKASH

ନୂଆଦିଲ୍ଲୀ: ଏହା ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ୬ଟି ପର୍ୟ୍ୟାୟରେ ମତଦାଦନ ପ୍ରକ୍ରିୟା ସମାପ୍ତ ହୋଇସାରିଛି । ଆଗକୁ ଆଉ ଗୋଟିଏ ପର୍ୟ୍ୟାୟ ମତଦାନ ଜୁନ୍ ୧ରେ ଅନୁଷ୍ଠିତ ହେବ । ସେଥିପାଇଁ ବାକିଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନେତାମାନେ ରାଲି କରି ପ୍ରଚାର ଚଳାଇଛନ୍ତି । ତେବେ ଏହା ମଧ୍ୟରେ ବିହାରରେ ପ୍ରଚାର କାର୍ୟ୍ୟରେ ବ୍ୟସ୍ତ ରହିଥିବା ସମୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ ଘଟିଛି ଏକ ବଡ଼ ଅଘଟଣ । ରାହୁଲ ଚଢ଼ିଥିବା ମଞ୍ଚଟି ଅଚାନକ ଭାଙ୍ଗି ଯାଇଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ବିହାରର ପାଟଳିପୁତ୍ର ଲୋକସଭା ଆସନରେ ଆସନ୍ତା ମାସ ପହିଲାରେ ମତଦାନ ଗ୍ରହଣ କରାଯିବ । ସେଠାରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମୀସା ଭାରତୀ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପାଇଁ ପ୍ରଚାର କରିବା ପାଇଁ ରାହୁଲ ଓ ତେଜସ୍ୱୀ ଯାଦବ ପହଞ୍ଚିଥିଲେ । ତିନି ଜଣ ନେତା ଜନସଭାକୁ ସମ୍ବୋଧିତ କରିବା ପାଇଁ ପହଞ୍ଚିବା ପରେ ଅଚାନକ ମଞ୍ଚଟି ଭାଙ୍ଗି ଯାଇଥିଲା । ଉକ୍ତ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ସେହି ସମୟରେ ମୀସା ଭାରତୀ ରାହୁଲଙ୍କୁ ନିଜର ହାତ ଦେଇ ସାହାରା ଦେଇଥିଲେ । ପରେ ସେଠାରେ ରାହୁଲଙ୍କର ସୁରକ୍ଷାକର୍ମୀମାନେ ପହଞ୍ଚିଥିଲେ ଓ ସେ ଠିକ୍ ଅଛନ୍ତି ବୋଲି ରାହୁଲ କହିଛନ୍ତି । ତେବେ ମଞ୍ଚରେ ମହାମେଣ୍ଟର ବହୁ ସଂଖ୍ୟକ ନେତା ଚଢ଼ିବାରୁ କ୍ଷମତାଠାରୁ ଅଧିକ ଓଜନ କାରଣର ମଞ୍ଚଟି ଭାଙ୍ଗିଯାଇଥିଲା ବୋଲି କୁହାଯାଉଛି ।

Get real time updates directly on you device, subscribe now.