ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ। ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ କାରଣରୁ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ।
ଏକକାଳୀନ 4ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ଭୁବନେଶ୍ୱର, ଖୋର୍ଦ୍ଧା ଓ ରାୟଗଡ଼ାରେ ଚଢ଼ାଉ ଜାରି ହୋଇଥିବାବେଳେ ବଡ଼ଗଡ଼ ବ୍ରିଟ କଲୋନୀରେ ଥିବା ଘରେ ଚଢ଼ାଉ ଚାଲିଛି।
ଆଜି ଅର୍ଥାତ୍ ୨୩ ଜୁଲାଇ ୨୦୨୫ରେ, ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କୀୟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଭିଜିଲାନ୍ସର ୬ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କାର୍ଯ୍ୟ ଚାଲିଛି।
ଚଢ଼ାଉ ହେଉଥିବା ସ୍ଥାନଗୁଡ଼ିକ ହେଲା:ଭୁବନେଶ୍ୱର ବଡ଼ଗଡ଼ ପ୍ଲଟ୍ ନମ୍ବର RP-12ରେ ଥିବା ତାଙ୍କର ତିନିମହଲା ବାସଭବନ।
ଖୋର୍ଦ୍ଧା ଜିଲ୍ଲା ବାଲିଆନ୍ତା ତହସିଲ ଅନ୍ତର୍ଗତ ରାଣାପୁର ମୌଜାରେ ଥିବା ତାଙ୍କର ଫାର୍ମ ହାଉସ।
ରାୟଗଡ଼ା ଜିଲ୍ଲା ଗୁଣୁପୁର ଜଙ୍ଗମ ଷ୍ଟ୍ରିଟରେ ଥିବା ତାଙ୍କର ପୈତୃକ ଘର।
ଭୁବନେଶ୍ୱର BMC କାର୍ଯ୍ୟାଳୟରେ ଥିବା ତାଙ୍କର ଅଫିସ୍ ରୁମ।