fbpx

ରେଳ ବଜେଟରେ ଓଡିଶା ପାଇଁ ୪,୩୭୩ କୋଟି, ଜାଣନ୍ତୁ କେଉଁ ଅଞ୍ଚଳକୁ କେତେ ?

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର):ରେଳ ବଜେଟରେ ଓଡିଶା ପାଇଁ ୪.୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଥିରେ ଅନୁଗୁଳ-ସୁକିନ୍ଦା ୯୮.୭ କିମି ନୂଆ ରେଳପଥ ପାଇଁ ୪୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ସେହିପରି ହରିଦାସପୁର-ପାରାଦୀପ ୮୨ କିମି ନୂଆ ଲାଇନ୍ ପାଇଁ ୧୦୦ କୋଟି
ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିମି ନୂଆ ଲାଇନ୍ ପାଇଁ ୫୨୦ କୋଟି ଟଙ୍କା
ତାଳଚେର-ବିମଳାଗଡ ୧୫୪ କିମି ନୂଆ ଲାଇନ୍ ପାଇଁ ୧୪୦ କୋଟି ଟଙ୍କା
ଜୟପୁର-ମାଲକାନଗିରି ୧୩୦ କିମି ନୂଆ ଲାଇନ୍ ପାଇଁ ୩୩ କୋଟି
ଜୟପୁର ନବରଙ୍ଗପୁର ୩୮ କିମି ନୂଆ ଲାଇନ୍ ପାଇଁ ୨୦ କୋଟି
ଖୋର୍ଦ୍ଧାରୋଡ୍-ବିଜୟନଗରମ୍ ବାଇପାସ୍ ପାଇଁ ସମାନ ୨୦ କୋଟି
ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପାଇଁ ୨୯୨ କୋଟି
ସମ୍ବଲପୁର-ଟିଟିଲାଗଡ ରେଳ ଲାଇନ୍ ଦୋହରୀକରଣ ୩୮୨ କୋଟି
ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳ ଲାଇନ୍ ପାଇଁ ୩୮୦ କୋଟି
ବାଂଶପାଣି-ଦୈତାରି-ଟମକା-ଯଖପୁରର ଲାଇନ୍ ଦୋହରୀକରଣପାଇଁ ୮୦ କୋଟି
ବୃନ୍ଦାମାଲ-ଝାରସୁଗୁଡା ଫ୍ଲାଏଓଭର ସଂଯୋଗ ପାଇଁ ୧୦ କୋଟି
ଭଦ୍ରକ-ନିର୍ଗୁଣ୍ଡି ୮୦ କିମ ତୃତୀୟ ରେଳ ଲାଇନ୍ ପାଇଁ ୧୦୨ କୋଟି
ଝାରପଡା-ବୁଡାପଙ୍କ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ପାଇଁ ୧୧୮ କୋଟି
ବୁଡାପଙ୍କ-ସାଲେଗାଁଓ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ପାଇଁ ୨୦୫ କୋଟି
କୋରାପୁଟ-ସିଙ୍ଗାପୁର ରୋଡ୍ ଲାଇନ୍ ଦୋହରୀକରଣ ପାଇଁ ୨୦୧ କୋଟି
ଜଗଦଳପୁର-କୋରାପୁଟ ୧୧୦ କିମି ଦୋହରୀକରଣ ପାଇଁ ୧୩୦ କୋଟି
କୋତ୍ତଭାଲସା-କୋରାପୁଟ ୧୮୯ କିମି ଦୋହରୀକରଣ ପାଇଁ ୧୯୬ କୋଟି
ରାୟପୁର-ଟିଟିଲାଗଡ ୨୦୩ କିମି ଲାଇନ୍ ଦୋହରୀକରଣ ପାଇଁ ୧୪୬ କୋଟି
ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ରେଳ ଲାଇନ୍ ପାଇଁ ୩୫ କୋଟି
ଝାରସୁଗୁଡା-ବିଳାସପୁର ୨୦୬ କିମି ଚତୁର୍ଥ ଲାଇନ୍ ପାଇଁ ୨୮୦ କୋଟି
ବାଙ୍ଗୁଆପାଳ ଫ୍ଲାଏଓଭର ପାଇଁ ୧୦ କୋଟି ଟଙ୍କା
ମନହରପୁର-ବନ୍ଧମୁଣ୍ଡା ତୃତୀୟ ରେଳ ଲାଇନ୍ ପାଇଁ ୩୫ କୋଟି
ରାଉରକେଲା-ଝାରସୁଗୁଡା ତୃତୀୟ ରେଳ ଲାଇନ୍ ପାଇଁ ୧୭୦ କୋଟି
ନାରାୟଣଗଡ-ଭଦ୍ରକ ତୃତୀୟ ରେଳ ଲାଇନ୍ ପାଇଁ ୫୦ କୋଟି
ବନ୍ଧମୁଣ୍ଡା-ରାଞ୍ଚି ରେଳ ଲାଇନ୍ ଦୋହରୀକରଣ ପାଇଁ ୨୦ କୋଟି
ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ରେଳ ଲାଇନ୍ ପାଇଁ ୨୩ କୋଟି
ଚମ୍ପା-ଝାରସୁଗୁଡା ତୃତୀୟ ରେଳ ଲାଇନ୍ ପାଇଁ ୨୦ କୋଟି
ଏହା ସହ ଓଡିଶାରେ ରେଳ ବିଦ୍ୟୁତକରଣ ପାଇଁ ୧୮୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

Get real time updates directly on you device, subscribe now.