fbpx

ରେଳ ଟ୍ରାକ୍ ରେ ଚାଲୁଛି ବସ୍, ଭାରତ ସହଯୋଗରେ କେଉଁ ଦେଶ କରିପାରିଛି ଏପରି ଅଭିନବ ବ୍ୟବସ୍ଥା ଜାଣି ନିଅନ୍ତୁ

AAKASH

ନୂଆଦିଲ୍ଲୀ:ଯେଉଁ ରେଳ ରୁଟସରେ  ଯାତ୍ରୀଙ୍କ ସଂଖ୍ୟା କମ୍ ରହିଥାଏ ସେଠି ପ୍ରାୟ ସମୟରେ ରେଳ ଚଳାଚଳ ବନ୍ଦ କରି ଦିଆଯାଏ । କାରଣ ଏପରି ନ କଲେ ରେଳ ବିଭାଗକୁ ବହୁ କ୍ଷତିର ସାମ୍ନା କରିବାକୁ ପଡେ । କିନ୍ତୁ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଏହାର ଉପାୟ ଖୋଜି ବାହାର କରିଛି । ଏଥିରେ ଭାରତ ବି ଶ୍ରୀଲଙ୍କାର ବଡ ସହଯୋଗ କରିଛି । ଶ୍ରୀଲଙ୍କାରେ ଏପରି କିଛି ରୁଟସ୍ ରହିଛି ଯେଉଁଠି ରେଳ ଯାତ୍ରୀଙ୍କ ସଂଖ୍ୟା ବହୁତ କମ୍ ରହିଛି । ଏଠାରେ ଟ୍ରେନ୍ ରେ ଅନାବଶ୍ୟକ ପଇସା ଖର୍ଚ୍ଚ କରିବା ପରିବର୍ତ୍ତେ ଟ୍ରାକ୍ରେ ବସ୍ ଚଳାଚଳ କରାଯାଉଛି ।

ଏବେ ଆପଣ ଚିନ୍ତା କରୁଥିବେ ବସ୍ କିପରି ରେଳ ଟ୍ରାକରେ ଯାତାୟତ କରିପାରିବ । ତେବେ ଏହା ସମ୍ଭବ ହୋଇଛି ଶ୍ରୀଲଙ୍କାରେ । ଏବେ ସେଠାରେ ରେଳ ଟ୍ରାକ୍ରେ ବସ୍ ଚାଲୁଛି ଓ ଏହାକୁ ରେଲବସ୍ କୁହାଯାଉଛି । ଏଥିରେ ସବୁ କିଛି ବସ୍ ପରି କିନ୍ତୁ ଡ୍ରାଇଭରର ଷ୍ଟିଅରିଂ ହଟାଇ ଦିଆଯାଇଛି । ଆହୁରି ଏକ ବଡ କଥା ହେଉଛି ଏହାର ଚକକୁ ବଦଳାଯାଇ ଟ୍ରେନ୍ର ଚକ ଲଗାଇ ଦିଆଯାଇଛି । ୨ଟି ବସ୍ କୁ ମିଶାଇ ଗୋଟିଏ ରେଲ୍ ବସ୍ ନିର୍ମାଣ କରାଯାଇଛି । ଠିକ୍ ଯେପରି ଦିଲ୍ଲୀ ମେଟ୍ରୋରେ ରହିଛି ସେହିପରି ଏହି ରେଳ ବସ୍ ର ଦୁଇ ପଟେ ଡ୍ରାଇଭର କ୍ୟାବିନ୍ ରହିଛି ।

ଭାରତ ଓ ଶ୍ରୀଲଙ୍କା ମିତ୍ର ରାଷ୍ଟ ଅଟନ୍ତି । ଭାରତ ସର୍ବଦା ଶ୍ରୀଲଙ୍କାଙ୍କୁ ସହଯୋଗର ହାତ ବଢାଇ ଆସିଛି । ଯାତାୟତ ସୁବିଧା କ୍ଷେତ୍ରରେ ଭାରତ ସର୍ବଦା ଶ୍ରୀଲଙ୍କାର ସହଯୋଗ କରିଥାଏ । ଏହି କ୍ରମରେ ଭାରତ ଶ୍ରୀଲଙ୍କାକୁ ୭୫ ବସ୍ ଗିଫ୍ଟ କରିଥିଲା । ତେବେ ଏହି ପ୍ରକ୍ରିୟା ନୁଆ ନୁହେଁ । ୨୦୦୯ରେ ବି ଭାରତ ରେଳ ବସ୍ ପ୍ରୋଜେକ୍ଟ ଲାଗି ୧୦ ବସ୍ ଗିଫ୍ଟ କରିଥିଲା । ଏହାକୁ ମଡିଫାଏ କରି ଶ୍ରୀଲଙ୍କା ୫ ଟି ରେଳବସ୍ ତିଆରି କରିଥିଲା । ୧୯୯୫ରେ ଶ୍ରୀଲଙ୍କା ଏହି ରେଳବସ୍ ର ନିର୍ମାଣ ଆରମ୍ଭ କରିଥିଲା । ପ୍ରଥମେ ଟାଟାର ୨ଟି ବସ୍ କୁ ମିଶାଇ ଏକ ରେଳ ବସ୍ ନିର୍ମାଣ କରାଯାଇଥିଲା ।

ଶ୍ରୀଲଙ୍କାର ଏହି ରେଳବସ୍ ରୁଟ୍ ରେ ଭିଡ କମ୍ ହୋଇଥାଏ । ଏହି ରେଳ ବସ୍ ଘନ ଜଙ୍ଗଲ ଓ ସବୁଜ କ୍ଷେତ ମଧ୍ୟ ଦେଇ ଯାତାୟତ କରିଥାଏ । ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଆପଣ କେବେ ଶ୍ରୀଲଙ୍କା ଗଲେ ଏହି ରେଳବସ୍ ମାଧ୍ୟମରେ ହିଁ ଯାତ୍ରା କରନ୍ତୁ ।

 

Get real time updates directly on you device, subscribe now.