fbpx

ହେଲପଲାଇନ ନମ୍ବର ଜାରି କଲା ରେଲୱେ: ଶବ ଚିହ୍ନଟ ପାଇଁ ନୂଆ ପଦକ୍ଷେପ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ମୃତଦେହ ଏବେ ବି ଚିହ୍ନଟ ହୋଇ ପାରିନାହିଁ । ଦୁର୍ଘଟଣାରେ ଚେହେରା ନଷ୍ଟ ହୋଇ ଯାଇଥିବାରୁ ସେମାନଭ୍କୁ ଚିହ୍ନିବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ଏଥିପାଇଁ ଏକ ନୂଆ ପଦକ୍ଷେପ ନେଇଛି ଭାରତୀୟ ରେଲୱେ । ମୃତକଙ୍କ ଶବ ଚିହ୍ନଟ କରିବା ପାଇଁ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି । ୧୮୦୦୩୪୫୦୦୬ ନମ୍ବରରେ କଲ୍ କରି ନିଜ ପରିଚିତ ମୃତକଙ୍କ ଶବଚିହ୍ନଟ କରିବା ସହ ଘରକୁ ନେଇ ପାରିବେ । ଏହାବତୀତ ବିଏମସି ମଧ୍ୟ ହେଲପଲାଇନ ନମ୍ବର ଜାରି କରିଛି । ତେବେ ମୃତଦେହ ଏହାପରେ ମଧ୍ୟ ଚିହ୍ନଟରେ ଅସୁବିଧା ହେଲେ ଡିଏମଏ ଟେଷ୍ଟ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.