fbpx

BSNL ପରେ ରେଳ ପକ୍ଷରୁ ଚୀନକୁ ଶକ୍ତ ଝଟକା, ବାତିଲ କଲା ୪୭୧ କୋଟି ଟଙ୍କାର ଚୁକ୍ତିନାମା

ଲଦାଖରେ ହିଂସାକାଣ୍ଡ ପରେ BSNL ବ୍ୟତିତ ଅନ୍ୟ ସରକାରୀ କମ୍ପାନୀଗୁଡିକ ଚୀନକୁ ବଡ ଝଟକା ଦେଇଛନ୍ତି । ଭାରତୀୟ ରେଳର DFCCIL ଚୀନ୍ ସହିତ ନିଜର ସମସ୍ତ କଣ୍ଟ୍ରାକ୍ଟ ବା ଚୁକ୍ତିମାନାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ସିଗନାଲ ଲଗାଇବାର ଚୁକ୍ତିନାମା ବେଜିଂର ନେସନାଲ ରେଲୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇନଷ୍ଟିତ୍ୟୁଟ୍ ଅଫ୍ ସିଗନାଲ ଓ କମ୍ୟୁନିକେସନକୁ ୨୦୧୬ରେ ଦିଆଯାଇଥିଲା ।

ଚୀନ କମ୍ପାନୀକୁ କାନପୁର-ଦୀନ୍ ଦୟାଲ ଉପାଧ୍ୟାୟ ସେକ୍ସନରେ ୪୧୭ କିଲୋମିଟର ଦୂରରେ ସିଗନାଲ ଲଗାଇବାକୁ କାମ ଦିଆଯାଇଥିଲା । ଏହି ଚୁକ୍ତିନାମାର ମୂଲ୍ୟ ୪୭୧ କୋଟି ଟଙ୍କା ଥିଲା । ଚୁକ୍ତିନାମା ରଦ୍ଦ ଘୋଷଣା କରିବା ପରେ DFCCIL କହିଛି ଯେ, କମ୍ପାନୀ ୪ ବର୍ଷରେ ମାତ୍ର ୨୦% କାମ ପୂରଣ କରିଛି । ତେବେ ପୂର୍ବ ଲଦାଖ ଗାଲୱାନୀ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାରୁ କମ୍ପାନୀଗୁଡିକ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.