ନୁଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ ୧୫ ଟଙ୍କାର ପାଣି ବୋତଲକୁ ୨୦ ଟଙ୍କାରେ ବିକ୍ରି କରିବା ମହଙ୍ଗା ପଡ଼ିଛି ଆଇଆରସିଟିସି କଣ୍ଟ୍ରାକ୍ଟରଙ୍କୁ । ଯାତ୍ରୀଙ୍କଠାରୁ ୫ ଟଙ୍କା ଅଧିକ ଚାର୍ଜ କରିବା ପାଇଁ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡିଛି । ସୂଚନା ଅନୁସାରେ ଜଣେ ଯାତ୍ରୀ ପାଣି ବୋତଲ ପାଇଁ ଅଧିକ ଟଙ୍କା ଆଦାୟ ନେଇ ଟ୍ୱିଟରରେ ଅଭିଯୋଗ କରିଥିଲେ ।
ଅମ୍ବାଲା ରେଲୱେ ଡିଭିଜନ ଉତ୍ତରପ୍ରଦେଶର ଗୌଡାର କଣ୍ଟ୍ରାକ୍ଟର ଚନ୍ଦ୍ର ମୌଲୀ ମିଶ୍ରାଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି । ଚନ୍ଦ୍ର ମୌଲି ଲକ୍ଷ୍ନ-ଚଣ୍ଡିଗଡ଼-ଲକ୍ଷ୍ନ ଟ୍ରେନ୍ରେ ଆଇରସିଟିସିର କଣ୍ଟ୍ରାକ୍ଟର ଅଛନ୍ତି । ରେଲବେର ଏହି ଟ୍ରେନ୍ରେ ପ୍ୟାଣ୍ଟ୍ରି କାର୍ ନାହିଁ, ଯେଉଁଥି ପାଇଁ ଆଇଆରସିଟିସି ଭେଣ୍ଡର ଉପରେ ନିର୍ଭର କରୁଛି ।
ନିକଟରେ ଚଣ୍ଡିଗଡ଼ରୁ ଶାହାଜାହାନପୁର ଚଣ୍ଡିଗଡ଼-ଲକ୍ଷ୍ନ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଦାବି କରିଥିଲେ ଯେ ତାଙ୍କୁ ପାଣି ବୋତଲ ପାଇଁ ୨୦ ଟଙ୍କା ନେଇଥିଲେ, ଯେତେବେଳେ କି ବୋତଲର ଏମଆରପି ୧୫ ଟଙ୍କା ରହିଛି । ଟ୍ୱିଟରରେ ଅଭିଯୋଗ କରିବା ପରେ ପାଣି ବୋତଲ ବିକ୍ରି କରୁଥିବା ଦୀନେଶଙ୍କୁ ମ୍ୟାନେଜର ଲକ୍ଷ୍ନରେ ଧାରା ୧୪୪ (୧) ଅନୁଯାୟୀ ଗିରଫ ହୋଇଥିଲେ । ଏହା ସହିତ, ଶାଖା ଡିଆରଏମ ମନଦୀପ ସିଂ ଭାଟିଆଙ୍କୁ ଜରିମାନା ଆଦାୟ କରିବାକୁ କହିଛନ୍ତି ।
ତେବେ ଚଳିତ ବର୍ଷ ଏପ୍ରିଲ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ ରୁ ଅଧିକ ଅନଧିକୃତ ବିକ୍ରେତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣଅ ପରେ ଆରପିଏଫ ଏବଂ ଅନ୍ୟ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରି ଅଧିକ ଚାର୍ଜ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ପାଇଁ ରେଲୱେ ପକ୍ଷରୁ ୧୫ ଦିନର ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ।