fbpx

ଶୀତ ଲହର ପରେ ଆରମ୍ଭ ହେବ ପ୍ରବଳ ବର୍ଷା, ଏହିସବୁ ରାଜ୍ୟ ପାଇଁ ଆଲର୍ଟ ଜାରି

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ହେଲା ପୂରା ଭାରତରେ ଶୀତ ଲହର ଜାରି ରହିଛି । ଏହା ବ୍ୟତୀତ ମଧ୍ୟ ଭାରତ ଏବଂ ପଶ୍ଚିମ ଭାରତରେ ଥଣ୍ଡା ପବନ ଯୋଗୁଁ ଜାଡ଼ରେ ଥରୁଛନ୍ତି ଲୋକେ । ହେଲେ ଏବେ ଶୀତ ସାଙ୍ଗକୁ ବର୍ଷାର ଝଲକ ମଧ୍ୟ ଦେଖିବାକୁ ମିଳିବ । ପାଣିବାଗ ବିଭାଗର ସୂଚନା ମୁତାବକ, ରବିବାର ଅର୍ଥାତ୍ ଆଜିଠାରୁ ଲୋକମାନଙ୍କୁ ଶୀତରୁ ରକ୍ଷା ମିଳିବ । ଆଜିଠାରୁ ଶୀତ ଲହର ସରିଯିବ ବୋଲି ଆକଳନ ହୋଇଛି ।

ତେବେ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରର ଲୋକମାନେ ବର୍ଷାର ସାମନାକୁ କରିବାକୁ ପଡ଼ିପାରେ । ଫେବୃଆରୀ ୨ରୁ ୪ ତାରିଖ ସୁଦ୍ଧା ଦେଶର ଏହିସବୁ ଭାଗରେ ବର୍ଷାକୁ ନେଇ ଆଲର୍ଯ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ମଧ୍ୟ ଭାରତ ଏବଂ ପଶ୍ଚିମ ଭାରତରେ ତାପମାତ୍ରା ୩ ରୁ ୪ଡିଗ୍ରୀ ବଢିବାକୁ ଥିବା ବେଳେ ଦେଶର କିଛି ଅଂଶରେ ବର୍ଷା ହେବାର ସମ୍ଭାବନା ରହିଛି ।

ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରରେ ଫେବୃଆରୀ ମାସର ଆରମ୍ଭରେ ବର୍ଷା ହେବ । ଏହିସବୁ ରାଜ୍ୟରେ ଫେବୃଆରୀ ୩ ତାରିଖରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଓ ଏହା ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଫେବୃଆରୀ ୪ ତାରିଖରେ ପଶ୍ଚିମବଙ୍ଗ, ପୂର୍ବ ଝାଡଖଣ୍ଡର କିଛି ସ୍ଥାନ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

 

Get real time updates directly on you device, subscribe now.