fbpx

ଅପରାହ୍ନ ୫ଟା ୩୦ସୁଦ୍ଧା ୭ଜିଲ୍ଲା ସାବଧାନ୍ !

Advertisement

ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କିଛି ଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି ଅପରାହ୍ନ ୫ଟା ୩୦ସୁଦ୍ଧା ବର୍ଷା ଓ ବଜ୍ରପାତକୁ ନେଇ ୭ଜିଲ୍ଲାକୁ ସାବଧାନ କରିଛି ପାଣିପାଗ ବିଭାଗ । ୭ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ଦେବଗଡ଼ ଓ ସୁନ୍ଦରଗଡ଼ । ଏହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସେହି ସବୁ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.