fbpx

Breaking; ୧୭ ତାରିଖରୁ ଓଡ଼ିଶାରେ ବର୍ଷା! କମିବ ତାତି, ରାଜ୍ୟବାସୀଙ୍କ ଗ୍ରୀଷ୍ମପ୍ରବାହରୁ ମିଳିବ ମୁକ୍ତି

AAKASH

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ତେବେ ଆଉ ୨ ଦିନ ପରେ ଏହି ତାତିରୁ ମୁକ୍ତି ପାଇବେ ଓଡ଼ିଶାବାସୀ । ରାଜ୍ୟରେ ଆସନ୍ତା ୧୭ ତାରିଖରୁ ବର୍ଷା ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି । ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ସମେତ ଗଞ୍ଜାମ ଗଜପତି ଏବଂ ରାୟଗଡ଼ା ଇତ୍ୟାଦି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ବୋଲି ଆଶଙ୍କ କରାଯାଉଛି । ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ର୍ବୋ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ୧୮ ଏବଂ ୧୯ ତାରିଖ ପାଇଁ ୪ଟି ଜିଲ୍ଲାରେ ବର୍ଷା ହେବାର ଆକଳନ କରାଯାଇଛି । ଏହି ଦୁଇ ଦିନ ଭିତରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଆଦି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.