ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ବାତ୍ୟା ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ଉପକୂଳବର୍ତ୍ତୀ ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । କାଲି ସକାଳୁ ବାଲେଶ୍ୱର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବ । ଆଜି ରାତିରୁ କାଲି ଯାଏଁ ପ୍ରବଳ ବର୍ଷା ଲାଗି ରହିବ । ତୀବ୍ର ପବନ ବହିବା ସହ ବର୍ଷା ଜାରି ରହିବ । ଜଗତସିଂହପୁର, ବାଲେଶ୍ୱର, ଭଦ୍ରକରେ କ୍ଷୟକ୍ଷତି ସମ୍ଭାବନା ରହିଛି । ପବନ ବହିବା ଯୋଗୁଁ କଚ୍ଛାଘର ନଷ୍ଟ ହୋଇପାରେ । ଇଲେକ୍ଟ୍ରି ପୋଲ୍, ରେଳ ଲାଇନ କ୍ଷୟକ୍ଷତି ସହ ଗଛ ଉପୁଡ଼ିବାର ସମ୍ଭାବନା ରହିଛି । ବାତ୍ୟା ସମୟରେ ସମସ୍ତେ ଘର ଭିତରେ ରହିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ପୁରୀରେ ୫୫ରୁ ୬୫କିମି ବେଗରେ ପବନ ବହିବ । ଭୁବନେଶ୍ୱରରେ ୪୫ରୁ ୫୫କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି ।
Get real time updates directly on you device, subscribe now.
Prev Post
Next Post