fbpx

Pornographyକୁ ନେଇ ତିଆରି ହେବ ଚଳଚ୍ଚିତ୍ର: ନିଜ ସିନେମାରେ ହିରୋ ସାଜିବେ ରାଜ୍ କୁନ୍ଦ୍ରା

Advertisement

ମୁମ୍ବାଇ: ବଲିଉଡ କୁଇନ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ବିବାଦ କାହାକୁ ଅଛପା ନାହିଁ । ପର୍ଣ୍ଣୋଗ୍ରାଫି ମାମଲାରେ ସେ ଜେଲକୁ ଯାଇ ସାରିଛନ୍ତି । କିନ୍ତୁ ଏବେ ସେ ଆଉ ଏକ ମାମଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଖୁବଶୀଘ୍ର ବଲିଉଡରେ ମଧ୍ୟ ସେ ଏଣ୍ଟ୍ରି କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ନିଜ ସିନେମାରେ ସେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ସିନେମାର ଲିଡ ରୋଲ ନେଇପାରନ୍ତି ରାଜ୍ କୁନ୍ଦ୍ରା । ଏହି ଚଳଚ୍ଚିତ୍ର ରାଜ୍ ଙ୍କ ଜୀବନୀ ଉପରେ ଆଧାରିତ ହେବ ବୋଲି ଜାଣିବାକୁ ମିଳିଛି ।

୨୦୨୧ ମସିହାରେ ପର୍ଣ୍ଣୋଗ୍ରାଫି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ରାଜ୍ କୁନ୍ଦ୍ରା । ଏହି ସମୟ ତାଙ୍କ ଜୀବନର ସବୁଠାରୁ ଖୁବ କଷ୍ଟଦାୟକ ରହିଥିଲା । ତେବେ ବର୍ତ୍ତମାନ ଏହି ଦୁଃଖଦ ମୁହୂର୍ତ୍ତକୁ ଲୋକଲୋଚନକୁ ଆଣିବା ପାଇଁ ଚାହିଁଛନ୍ତି ରାଜ୍ । ତେଣୁ ତାଙ୍କ ଗିରଫ ଏବଂ ଆର୍ଥର ଜେଲରେ କଟିଥିବା ସମୟ ଉପରେ ସେ ଏକ ସିନେମା ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି । ସୁବଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଆର୍ଥର ରୋଡ ଜେଲରେ ରାଜ୍ କୁନ୍ଦ୍ରା ଯେଉଁ ସମସ୍ୟାର ସାମନା କରିଛନ୍ତି, ସେସବୁକୁ ସେ ଏହି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବେ । ସୂଚନା ଅନୁସାରେ, ୧୯ ଜୁଲାଇ ୨୦୨୧ରେ ରାଜ୍ କୁନ୍ଦ୍ରାଙ୍କ ନାମରେ ପର୍ଣ୍ଣୋଗ୍ରାଫି ମାମଲା ରୁଜୁ ହୋଇଥିଲା । ତେଣୁ ଦୀର୍ଘ ୬୩ ଦିନ କାଳ ନର୍ଯ୍ୟନ୍ତି ଆର୍ଥର ଜେଳରେ ସମୟ କାଟିଛନ୍ତି ସଞ୍ଜୟ । ତେବେ ପରେ ତାଙ୍କୁ ଜାମିନରେ ଛାଡି ଦିଆଯାଇଛି ।

ତେବେ ବର୍ତ୍ତମାନ ଏହି ସିନେମାର ନିର୍ଦ୍ଦେଶକଙ୍କ ନାଁ ଜଣାପଡିନାହିଁ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ ନିଜେ ସାମିଲ ରହିବେ । ତେବେଏହି ଚଳଚ୍ଚିତ୍ରରେ ରାଜ୍ ଙ୍କ ଜୀବନର ସମସ୍ତ ଯାତ୍ରା ଦେଖାଯିବ । ତାଙ୍କ ଉପରେ ଆସିଥିବା ଅଭିଯୋଗରୁ ଆରମ୍ଭ କରି ମିଡିଆ ରିପୋର୍ଟିଙ୍ଗ ଏବଂଜେଲରେ କାଟିଥିବା ପ୍ରତ୍ୟେକ ମୁହୂର୍ତ୍ତ ଏବଂ ମୁକୁଳିବା ଇତ୍ୟାଦି ସବୁ ଘଟଣା ସାମିଲ ରହିଛି । ତେବେ ଖୁବଶୀଘ୍ର ଏହି ଚଳଚ୍ଚିତ୍ରକୁ ନେଇ ଘୋଷଣା ହୋଇପାରେ ।

Get real time updates directly on you device, subscribe now.