ହିନ୍ଦୀ ନକହିଲେ ବସିବ ଚାପୁଡ଼ା… ସମୁଦ୍ରରେ ବୁଡ଼ାଇ ବୁଡ଼ାଇ ପିଟିବୁ
ରାଜ୍ ଠାକରେ କହିଛନ୍ତି ଯଦି କାହା କାନରେ ମରାଠି ଭାଷା ପଶୁନି ତେବେ ତା କର୍ଣ୍ଣ ମୂଳାରେ ଦୁଇ ଚାପୁଡ଼ା ବସାନ୍ତୁ।
ମହାରାଷ୍ଟ୍ର: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ରାଜ ଠାକରେଙ୍କ ଚ୍ଯାଲେଞ୍ଜ। କହିଲେ ମୁମ୍ବାଇ ଆସ ସମୁଦ୍ରରେ ବୁଡ଼ାଇ ବୁଡ଼ାଇ ମାରିବି। ରାଜ ଠାକରେ ହିନ୍ଦୀ ଭାଷାକୁ ନେଇ ଚାଲିଥିବା ବିବାଦକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି, କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା ପାଇଁ ଲଢ଼ୁଛନ୍ତି।
ଏହା ସହ ଠାକରେ କହିଛନ୍ତି ଯଦି ସରକାରଙ୍କୁ ଆତ୍ମହତ୍ୟା କରିବାର ଅଛି କରନ୍ତୁ। ଦେବେନ୍ଦ୍ର ଫଡଣାଭିସ୍ ହିନ୍ଦୀ ଭାଷା ଲାଗୁ କରି ଦେଖନ୍ତୁ। ରାଜ ଠାକରେ ମୀରା ରୋଡରେ ପାର୍ଟି ଅଫିସ୍ ଉଦଘାଟନ କରିବାକୁ ପହଞ୍ଚିଥିଲେ । ଏଠାରେ ସଭାକୁ ସମ୍ବୋଧନ କରି କହିଥିଲେ ମହାରାଷ୍ଟ୍ରରେ ରହିବାକୁ ଅଛି ଲୋକଙ୍କୁ ହିନ୍ଦୀ କହିବାକୁ ପଡ଼ିବ।
ଏପରିକି ରାଜ୍ ଠାକରେ କହିଛନ୍ତି ଯଦି କାହା କାନରେ ମରାଠି ଭାଷା ପଶୁନି ତେବେ ତା କର୍ଣ୍ଣ ମୂଳାରେ ଦୁଇ ଚାପୁଡ଼ା ବସାନ୍ତୁ। ଏପରିକି ରାଜ ଠାକରେ କହିଛନ୍ତି ହିନ୍ଦୀ କହୁଥିବା ଲୋକ ମହାରାଷ୍ଟ୍ରକୁ ଚାକିରି କରିବାକୁ ଆସୁଛନ୍ତି । ଯଦି ହିନ୍ଦୀ କହୁଥିବା ଲୋକଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ୁଛି ତେବେ କି ଫାଇଦା। ହିନ୍ଦୀ କାହାର ମାତୃଭାଷା ନୁହେଁ । ଯଦି ମହାରାଷ୍ଟ୍ରରେ ରହିବାକୁ ଅଛି ତେବେ ମରାଠି ଶିଖିବାକୁ ପଡ଼ିବ।
୨୯ ଜୁନ କୁ ରାଜ ଠାକରେଙ୍କ କର୍ମକତ୍ତା ମୀରା ରୋଡରେ ଥିବା ଏକ ଦୋକାନୀଙ୍କୁ ମାଡ଼ ମାରିଥିଲେ। କାହିଁକି ନା ସେ ହିନ୍ଦୀରେ କଥା ହେଉଥିଲା। ଏହି ବିବାଦ ବଢ଼ି ଯାଇଥିଲା। ପୋଲିସ ପାଖରେ ମଧ୍ୟ କଥା ମହଞ୍ଚିଥିଲା। ଏଥିପାଇଁ ରାଜ ଠାକରେ ମୀରା ରୋଡକୁ ଯାଇ କାର୍ଯ୍ଯକର୍ତ୍ତାକୁ ସମର୍ଥନ କରିଥିଲେ।
ପ୍ରକୃତରେ, ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରିବା ଘଟଣା ପରେ, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ବୟାନ ଆସିଥିଲା। ଏଥିରେ ସେ କହିଥିଲେ ଯେ ଯଦି ମୁମ୍ବାଇରେ ହିନ୍ଦୀ ଭାଷା କହୁଥିବା ଲୋକଙ୍କୁ ମାଡ଼ ମାରୁଥିବା ଲୋକଙ୍କର ସାହସ ଅଛି, ତେବେ ସେମାନେ ମହାରାଷ୍ଟ୍ରରେ ଉର୍ଦ୍ଦୁ ଭାଷା ଲୋକଙ୍କ ଦେହରେ ହାତ ଦେଇକି ଦେଖାନ୍ତୁ। ନିଜ ଘରେ କୁକୁର ମଧ୍ୟ ସିଂହ। କୁକୁର କିଏ ଏବଂ ସିଂହ
କିଏ, ନିଜେ ନିଷ୍ପତ୍ତି ନିଅନ୍ତୁ। ନିଶିକାନ୍ତ ଦୁବେ କହିଥିଲେ, ତୁମେ କାହାର ରୁଟି ଖାଉଛ? ଟାଟା, ବିର୍ଲା, ରିଲାଏନ୍ସର ମହାରାଷ୍ଟ୍ରରେ ଏକ ୟୁନିଟ୍ ମଧ୍ୟ ନାହିଁ।ଟାଟା ବିହାରରେ ପ୍ରଥମ କାରଖାନା ମଧ୍ୟ ତିଆରି କରିଥିଲା ଯେତେବେଳେ ଝାଡ଼ଖଣ୍ଡ ତା ସହିତ ଥିଲା। ତୁମେ ଆମ ଟଙ୍କାରେ ବଞ୍ଚୁଛ, ତୁମେ କେଉଁ ଟିକସ ଦେଉଛ?