fbpx

ରାଜଧାନୀରୁ ୨୦ କେଜି ଅଫିମ ଜବତ, ୩ ଗିରଫ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶୁକ୍ରବାର ରାଜଧାନୀରୁ ୨୦ କେଜି ଅଫିମ ଜବତ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଭୁବନେଶ୍ୱରରୁ ଉତ୍ତରପ୍ରଦେଶକୁ ଅଫିମ ଚାଲାଣ ସମୟରେ ଚଢ଼ଉ କରିଛି ନାକ୍ରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ସୂଚନା ଅନୂଯାୟୀ, ଝାଡଖଣ୍ଡରୁ ଭୁବନେଶ୍ୱର ଦେଇ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଅଫିମ । ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀଠାରୁ ୨୦ କେଜି ଅଫିମ କଣ୍ଟେନରୁ ଜବତ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଜବତ ଅଫିମର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହା ସହ ୩ ଜଣକୁ ଗିରଫ କରାଯାଇଛି ।

Get real time updates directly on you device, subscribe now.