fbpx

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ ଚିହ୍ନଟ

ରାଜସ୍ଥାନ ୨୯ ।୪ (ଓଡ଼ିଶା ଭାସ୍କର) : ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନିଜେ ଟ୍ୱିଟ୍ କରି ତାଙ୍କ ରିପୋର୍ଟ ପଜିଟିଭ ନେଇ ଜଣାଇଛନ୍ତି । ଶରୀରରେ କୌଣସି ପ୍ରକାର ଲକ୍ଷଣ ନଥିବା ବେଳେ ସେ ଏବେ ଠିକ୍ ଥିବା କହିଛନ୍ତି । ଘରେ ସେ ଆଇସୋଲେଟ ରହି ନିଜର ସବୁ କାର୍ଯ୍ୟ ତଦାରଖ କରିବେ ବେଲେି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍ । ଏହାପୂର୍ବରୁ ତାଙ୍କ ପତ୍ନୀ ସୁନିତା ଗେହଲଟ୍ ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ଗେହଲଟ୍ ଟ୍ୱିଟ୍ କରି ସୂଚନା ଦେଇଥିଲେ । ଉଭୟ ଦୁଇ ଜଣ ନିଜକୁ ଏବେ ଆଇସୋଲେଟରେ ରଖିଛନ୍ତି ।

ସୂଚନା ଅନୁସାରେ ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ବୁଧବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୧୬୬୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୦ ଆକ୍ରାନ୍ତଙ୍କ ଜୀବନ ନେଇଚି କରୋନା । ରାଜ୍ୟରେ ଏବେସୁଦ୍ଧା ୫୬୩୫୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୬୩୩୭୨ ।

Get real time updates directly on you device, subscribe now.