fbpx

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ କାର ଦୁର୍ଘଟଣାଗ୍ରସ୍ତ: ଗିରିରାଜଙ୍କ ଦର୍ଶନ ପାଇଁ ମଥୁରା ଯିବା ସମୟରେ ଅଘଟଣ

ନୂଆଦିଲ୍ଲୀ: ନିକଟରେ ରାଜସ୍ଥାନରେ ନୂଆ ସରକାର ଗଠନ ହୋଇଥିବା ବେଳେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଜନ ଲାଲ ଶର୍ମା ଶପଥ ଗ୍ରହଣ କରିଥିଲେ । ଏଥିସହିତ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଦୀୟା କୁମାରୀ ଓ ପ୍ରେମ ଚନ୍ଦ ବୈରବାଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ଶପଥ ପାଠ କରାଇଥିଲେ । ତେବେ ନୂଆ ସରକାରର ଦାୟିତ୍ୱ ନେଉ ନେଉ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଛି ଏକ ବଡ଼ ଖବର ।

ସୂଚନା ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗିରିରାଜ ଜୀ’ଙ୍କ ଦର୍ଶନ ନିମନ୍ତେ ଯାଉଥିବା ସମୟରେ ଏହି ଅଘଟଣା ଘଟିଥିଲା । ଉତ୍ତରପ୍ରଦେଶର ବର୍ଡର ସ୍ଥିତ ପୁଞ୍ଛରୀର ଲୌଠା ନିକଟରେ ଏକ ନାଳୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ନିୟନ୍ତ୍ରଣ ହରାଇ ଫଶିଯାଇଥିଲା । ତେବେ ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କର କୌଣସି କ୍ଷତି ଘଟିନାହିଁ । ସଙ୍ଗେସଙ୍ଗେ ତାଙ୍କୁ ଅନ୍ୟ ଏକ ଗାଡ଼ିରେ ବସାଇ ମଥୁରାର ଗୋବର୍ଦ୍ଧନ ଗିରିରାଜ ଦର୍ଶନ ନିମନ୍ତେ ନିଆଯାଇଥିଲା ।

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶ୍ରୀ ଶର୍ମା ମଥୁରାର ଗିରିରାଜ ଗୋବର୍ଦ୍ଧନଙ୍କ ଦର୍ଶନ ନିମନ୍ତେ ଯାଉଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଏହି ସମୟରେ ତାଙ୍କର କାର ୟୁପି ବର୍ଡର ନିକଟରେ ନିୟନ୍ତ୍ରଣ ହରାଇ ଏକ ନାଳ ଭିତରେ ଫଶି ଯାଇଥିଲା । ତେଣୁ ସଙ୍ଗେସଙ୍ଗେ ତାଙ୍କୁ ଅନ୍ୟ ଏକ ଗାଡ଼ିରେ ବସାଇ ମଥୁରା ନିଆଯାଇଥିଲା । ଆଜିଠାରୁ ରାଜ୍ୟ ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାରେ ପରେ ଏହା ଶ୍ରୀ ଶର୍ମାଙ୍କର ପ୍ରଥମ ଅଧିବେଶନ । ଅଧିବେଶନର ପ୍ରଥମ ଦିନ ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କରାଯିବ ଓ ଦ୍ୱିତୀୟ ଦିନ ବିଧାନସଭାର ଅଧ୍ୟକ୍ଷ ନିର୍ବାଚନ ହେବ ।

Get real time updates directly on you device, subscribe now.