fbpx

ରାଜସ୍ଥାନ ରାଜନୀତି: ଟିକେଟ ନ ମିଳିବାରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା

Advertisement

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ପର୍ଯ୍ୟାୟକ୍ରମେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି କ୍ରମରେ ଆସନ୍ତା ମାସ ୨୫ ତାରିଖରେ ରାଜସ୍ଥାନର ୨୦୦ଟି ଆସନ ପାଇଁ ମତଦାନ କରାଯିବ । ତେବେ ଏହା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ସମେତ କଂଗ୍ରେସ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ତେବେ ଟିକେଟ ନ ମିଳିବାରୁ କଂଗ୍ରେସରୁ ଜଣେ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି ।

ସୂଚନା ମୁତାବକ, ଟିକେଟ ନ ମିଳିବାରୁ କଂଗ୍ରେସ ବିଧାୟକ ତଥା ଅନୁସୂଚିତ ଜାତି (ଏସସି) ଆୟୋଗ ଅଧ୍ୟକ୍ଷ ପଦରୁ ଖିଲାଡ଼ି ଲାଲ ବୈରବା ଇସ୍ତଫା ଦେଇଛନ୍ତି । ବୈରବା ରାଜସ୍ଥାନ କଂଗ୍ରେସର ଅନ୍ୟତମ ଟାଣୁଆ ନେତା ସଚିନ ପାଇଲଟଙ୍କର ଜଣେ ଘନିଷ୍ଠ ଭାବେ ଜଣାଶୁଣା । ଗତକାଲି କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ମାତ୍ର ସେଥିରେ ବୈରବାଙ୍କର ନାମ ନଥିବାରୁ ସେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

କଂଗ୍ରେସ ବୈରବାଙ୍କ ଆସନ ଧୈଲପୁର ଜିଲ୍ଲାର ଭସେଡ଼ି ବିଧାନସଭା ଆସନରେ ସଞ୍ଜୟ କୁମାର ଜାଟବଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ବୈରବା ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସଞ୍ଜୟ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିସାରିଥିବା ବେଳେ ସେ ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ତେବେ କଂଗ୍ରେସର ଏହି ଲିଷ୍ଟରେ ଦଳର ଅନେକ ବରିଷ୍ଠ ନେତାଙ୍କ ନାମ ନାହିଁ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୈରବା । ବୈରବା ପାଇଲଟଙ୍କର ଅତ୍ୟନ୍ତ ବିଶ୍ୱସ୍ତ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ମହଲ ଏବେ ସରଗରମ୍ ହୋଇ ଉଠିଛି ।

Get real time updates directly on you device, subscribe now.