fbpx

‘ଦୁଷ୍କର୍ମ ମାମଲାରେ ରାଜସ୍ଥାନ ନମ୍ବର ୱାନ୍, କାରଣ ଏଠାରେ ପୁରୁଷଙ୍କ ସଂଖ୍ୟା ଅଧିକ’, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଏକ ନମ୍ବରରେ ରାଜସ୍ଥାନ ରହିଥିବା ବେଳେ ଏହାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲ୍ । ବୁଧବାର ଦିନ ବିଧାନସଭାରେ ମନ୍ତ୍ରୀ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଷ୍କର୍ମ ମାମଲାରେ ରାଜ୍ୟ ଏକ ନମ୍ବର ଏବଂ ରାଜସ୍ଥାନ ହେଉଛି ଏକ ପୁରୁଷ ବହୁଳ ରାଜ୍ୟ । ତାଙ୍କ କହିବା କଥା ଯେ, ରାଜ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ଦୁଷ୍କର୍ମ ମାମଲ।। ଅଧିକ ରହିଛି ।

ଏପରି ବୟାନ ଦେଉଥିବାର ଏକ ଭିଡିଓ ଭାଇରାଲ୍ ହେଉଛି । ଏହାକୁ ଟୁଇଟର୍ ରେ ଅପଲୋଡ୍ କରିଛନ୍ତି ବିଜେପି ମୁଖପାତ୍ର ଶେହଜାଦ୍ । ତେବେ ଶାନ୍ତି ଧରୱାଲ୍ ଙ୍କର ଭିଡିଓ ଭାଇରାଲ୍ ପରେ ଏହାକୁ ନେଇ ବିବାଦ ବଢ଼ିଛି । ତାଙ୍କୁ ଏବେ ସମାଲୋଚନା କରାଯାଉଛି । ଜାତୀୟ ମହିଳା କମିଶନର ଚେୟାର ପର୍ସନ୍ ରେଖା ଶର୍ମା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଭିଡିଓଟିକୁ ସେୟାର୍ କରି ସେ ଲେଖିଛନ୍ତି ଯେ, ଆଚମ୍ବିତ, ଘୃଣ୍ୟ କିନ୍ତୁ ଆଶ୍ଚର୍ଯ୍ୟଜନକ ନୁହେଁ । ଏହା ବ୍ୟତୀତ ସେ ଧରୱାଲ୍ ଙ୍କ ଉପ୍ରରେ ବଳାତ୍କାରକୁ ବୈଧ କରିବାର ଅଭିଯୋଗ ମଧ୍ୟ ଆଣିଛନ୍ତି । ମହିଳା କମିଶନର ରେଖା ଶର୍ମା କହିଛନ୍ତି ଯେ, “ରାଜସ୍ଥାନ ସରକାରଙ୍କ ପାଖରେ ଏଭଳି ମନ୍ତ୍ରୀ ରହିଥିବା କାରଣରୁ ମହିଳା ମାନେ ଭୀଷଣ ଲୈଙ୍ଗିକ ଅପରାଧ ସହୁଛନ୍ତି ଓ ପୋଲିସ୍ ମଧ୍ୟ କିଛି କରୁନାହିଁ । ରାଜ୍ୟରେ ମହିଳା ମାନେ କିପରି ନିଜରକୁ ସୁରକ୍ଷିତ ମଣିବେ ଯଦି ଏଭଳି ମନ୍ତ୍ରୀ ରହିଥିବେ ?” ।

 

Get real time updates directly on you device, subscribe now.