fbpx

ସଂଘର୍ଷ ଜାରି ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ: ଲୋକସଭା ନିର୍ବାଚନରେ ଲଗାତର ୬ ଥର ହାରିବା ପରେ ୨୦୨୪ରେ ପ୍ରଥମ ଥର ଜିତିଲେ ଜଣେ ବ୍ୟକ୍ତି

Advertisement

ନୂଆଦିଲ୍ଲୀ: ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ ଯେତିକି ଜରୁରୀ, ଧୈର୍ଯ୍ୟ ମଧ୍ୟ ତା’ଠାରୁ ଅଧିକ ଜରୁରୀ । ଅନେକ ଲୋକ ଜୀବନର ଯୁଦ୍ଧରେ ୨-୩ ଥର ପ୍ରୟାସ କରିବା ପରେ ସଫଳତା ନ ପାଇଲେ ତାହାକୁ ଛାଡ଼ି ଦେଇଥାନ୍ତି । ତେବେ ସଫଳତା ଯେ ଆଉ କିଛି ଦୂରରେ ରହିଥିଲା ତାହା ଅନେକ ଜାଣି ପାରି ନଥାନ୍ତି । ପରାଜୟର ଅନତିଦୂରରେ ବିଜୟ ରହିଥାଏ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ କହିଯାଇଛନ୍ତି । ଅନେକ ଲୋକ ବର୍ଷ ବର୍ଷର କଠିନ ପରିଶ୍ରମ ପରେ ସଫଳତାର ସ୍ୱାଦ ଚାଖିଥାନ୍ତି ।

ଗତ ୪ ତାରିଖରେ ଘୋଷିତ ହୋଇଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ଏକ ବଡ଼ ଶିକ୍ଷା ଦେଇଛି । ଥରେ ନିର୍ବାଚନରେ ଜିତିବାକୁ ହେଲେ ଜଣକୁ କେତେ ବର୍ଷ ଯେ ଅପେକ୍ଷା କରିବାକୁ ପଡ଼େ ତା’ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ରାଜସ୍ଥାନର ସୀକର ଆସନର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ପ୍ରାର୍ଥୀ ଅମରାରାମ ଚୌଧରୀ ଲୋକସଭା ନିର୍ବାଚନରେ କ୍ରମାଗତ ୬ ଥର ପରାଜୟ ବରଣ କରିବା ପରେ ଶେଷରେ ୨୦୨୪ରେ ସଫଳତା ହାସଲ କରିଛନ୍ତି । ସାଧାରଣ ନିର୍ବାଚନରେ ଅମରାରାମଙ୍କ ଏହି ବିଜୟ ତାଙ୍କର ପାର୍ଟି ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ।

ନବନିର୍ବାଚିତ ସାଂସଦ ଅମରାରାମ ୧୯୯୫ ମସିହା ଅଗଷ୍ଟ ୫ ତାରିଖରେ ସୀକର ଜିଲ୍ଲାର ମୁଣ୍ଡବାଡ଼ା ଗ୍ରାମରେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାଠପଢ଼ା ସରିବା ପରେ ସେ ଶିକ୍ଷକ ଭାବେ ଚାକିରି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିଲେ । ଅମରାରାମ ୧୯୮୩ ଓ ୧୯୯୩ରେ ସରପଞ୍ଚ ନିର୍ବାଚନ ଜିତିଥିଲେ । ୧୯୯୩ରେ କଂଗ୍ରେସ ପ୍ରାର୍ଥୀଙ୍କ ହରାଇ ପ୍ରଥମ ଥର ବିଧାୟକ ହୋଇଥିଲେ । ଏହାପରେ ୧୯୯୮, ୨୦୦୩ ଓ ୨୦୦୮ରେ ମଧ୍ୟ ସେ ବିଧାୟକ ହୋଇଥିଲେ । ମାତ୍ର ୨୦୧୩ରେ ବିଧାନସଭା ନିର୍ବାଚନ ହାରି ଯାଇଥିଲେ । ୧୯୯୬ରେ ସେ ପ୍ରଥମ ଥର ସୀକର ଲୋକସଭା ନିର୍ବାଚନ ଆସନରୁ ନିର୍ବାଚନ ଲଢ଼ି ୫୬ ହଜାର ଭୋଟରେ ପରାସ୍ତ ହୋଇଥିଲେ । ତା’ପରେ ସେ କ୍ରମାଗତ ୬ ଥର ଉକ୍ତ ଆସନର ଲଢ଼ିଥିଲେ ହେଁ ପ୍ରତିଥର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

Get real time updates directly on you device, subscribe now.