ସ୍ତମ୍ଭକାର ରାକେଶ ପଣ୍ଡାଙ୍କୁ ଲେଖକ ବର୍ଗରେ ମିଳିଲା ଆଦିତ୍ୟ ସେବା ସମ୍ମାନ-୨୦୨୫

ଲେଖନୀ ମାଧ୍ୟମରେ ସମାଜରେ ନିଜର ଶ୍ରେଷ୍ଠ ଅବଦାନ ପାଇଁ ରାକେଶ ପଣ୍ଡାଙ୍କୁ ଆଦିତ୍ୟ ସେବା ସମ୍ମାନ-୨୦୨୫ ।

ଭୁବନେଶ୍ବର: ଲେଖନୀ ମାଧ୍ୟମରେ ସମାଜରେ ନିଜର ଶ୍ରେଷ୍ଠ ଅବଦାନ ପ୍ରଦାନ ନିମନ୍ତେ ଯୁବ ସାହିତ୍ୟିକ ତଥା ସ୍ତମ୍ଭକାର ରାକେଶ ପଣ୍ଡାଙ୍କୁ ଲେଖକ ବର୍ଗରେ ‘ଆଦିତ୍ୟ ସେବା ସମ୍ମାନ – ୨୦୨୫’ ରେ ସମ୍ମାନିତ କରାଯାଇଛି । ସୃଜନଶୀଳତା ତଥା ଲେଖନୀ ମାଧ୍ୟମରେ ସମାଜରେ ସୁନାମ ଅର୍ଜନ କରିଛନ୍ତି ।

ରବିବାର ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ‘ଓଡିଆ କବି ସମ୍ମିଳନୀ-୨୦୨୫’ ଅବସରରେ ଭୁବନେଶ୍ବର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାକେଶ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ।

ଏହି ଓଡିଆ କବି ସମ୍ମିଳନୀ କାର୍ଯ୍ୟକ୍ରମରେ ବରିଷ୍ଠ ଭାଜପା ନେତା ଜଗନ୍ନାଥ ପ୍ରଧାନ, ମୁଖ୍ୟ ବକ୍ତା କବି ନିହାର ରଞ୍ଜନ ଦାଶ ପ୍ରୋଜେକ୍ଟ ପଏଣ୍ଟ ର ଅଧକ୍ଷ ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରକାଶଥାଉକି, ପୂର୍ବରୁ ତାଙ୍କୁ ସଂସ୍କୃତି ସେବା ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା ।