fbpx

ରକ୍ଷାବନ୍ଧନ ଦିନ ସୃଷ୍ଟି ହେଉଛି ଅଦ୍ଭୁତ ଯୋଗ; ଅକାଶରେ ଦେଖାଯିବ ବ୍ଲୁ ମୁନ୍, ୬ଟି ରାଶି ଉପରେ ହେବ ଧନ ବର୍ଷା!

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ରକ୍ଷାବନ୍ଧନରେ ପଡ଼ୁଛି ଅଦ୍ଭୁତ ଯୋଗ। ଦିନ ଆକାଶରେ ଦେଖାଯିବ ବ୍ଲୁ ମୁନ୍। ରକ୍ଷାବନ୍ଧନ ଦିନ ଗହ୍ମା/ଶ୍ରାବଣ ପୂର୍ଣ୍ଣିମା ପାଳନ କରାଯାଏ। ଏଥର ଅଗଷ୍ଟ ୧୯ରେ ପଡ଼ୁଛି ରାକ୍ଷୀବନ୍ଧନ। ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ଚନ୍ଦ୍ର ଯେତେବେଳେ ନିଜ କକ୍ଷପଥରେ ପୃଥିବୀର ନିକଟତମ ବିନ୍ଦୁରେ ଥାଏ, ସେତେବେଳେ ଏହାକୁ ସୁପରମୁନ୍ କୁହାଯାଏ। ଏଭଳି ସ୍ଥିତିରେ ଚନ୍ଦ୍ର ସାଧାରଣ ପୂର୍ଣ୍ଣିମା ଠାରୁ ୧୪% ବଡ଼ ଓ ୩୦% ଉଜ୍ଜ୍ୱଳ ଦେଖାଯାଏ। ଆଉ ଯେତେବେଳେ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ହେବାର ଘଟଣା ଘଟିଥାଏ, ସେତେବେଳେ ଦ୍ବିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍ କୁହାଯାଏ।

ବ୍ଲୁ ମୁନ୍ ନାମ ଶୁଣିଲେ ମନରେ ଏକ ପ୍ରଶ୍ନ ଉଠୁଛି, ବ୍ଲୁ ମୁନ୍ କ୍ଷେତ୍ରରେ ଚନ୍ଦ୍ରର ରଙ୍ଗ ନୀଳ କି, ତା’ପରେ ହିଁ ଏହାକୁ ବ୍ଲୁ ମୁନ୍ କୁହାଯାଏ କି? ବ୍ଲୁ ମୁନ୍ କ୍ଷେତ୍ରରେ ଚନ୍ଦ୍ରର ରଙ୍ଗ ନୀଳ ନୁହେଁ, ଏହି ଦିନ ଚନ୍ଦ୍ର ସମାନ ପ୍ରାକୃତିକ ରଙ୍ଗରେ ଥାଏ, କେବଳ ଏହି ଦିନ ଚନ୍ଦ୍ର ବଡ଼ ଆକାରରେ ଥାଏ ଏବଂ ଉଜ୍ଜ୍ୱଳ ହୋଇଥାଏ। ଏହି ଘଟଣାକୁ ବ୍ଲୁ ମୁନ୍ କୁହାଯାଏ କାରଣ ଏହା ଏକ ବିରଳ ଘଟଣା, କ୍ୟାଲେଣ୍ଡର ଅନୁଯାୟୀ ଏହାର ନାମକରଣ କରାଯାଇଛି। ଅଗଷ୍ଟ ୧୯ ରେ ରକ୍ଷାବନ୍ଧନ ଦିନ ସନ୍ଧ୍ୟା ୬ଟା ୫୬ରେ ଚନ୍ଦ୍ର ଉଦୟ ହେବ ଏବଂ ପରଦିନ ସକାଳେ ଚନ୍ଦ୍ର ଅସ୍ତ ହେବ।

ରାତି ୧୧ଟା ୫୫ରେ ଚନ୍ଦ୍ର ଏହାର ଶୀର୍ଷରେ ରହିବ। ସେହିଦିନ ସନ୍ଧ୍ୟା ୬ଟା ୫୯ରେ ଚନ୍ଦ୍ର ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ। କେତେକ ରାଶି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ।ଚଳିତ ବର୍ଷ ରକ୍ଷାବନ୍ଧନ ସୋମବାର ଓ ଏହି ଦିନ ସାୱନ ମାସର ପୂର୍ଣ୍ଣିମା ମଧ୍ୟ ପଡୁଛି। ଏହି ଦିନରେ ଶାଶ ରାଜ ଯୋଗ, ବୁଦ୍ଧାଦିତ୍ୟ ରାଜ ଯୋଗ, ଲକ୍ଷ୍ମୀ-ନାରାୟଣ ରାଜ ଯୋଗ, ବିଶ ରାଜ ଯୋଗ, କୁବେର ଯୋଗ ଭଳି ଚମତ୍କାର ସଂଯୋଗ ସୃଷ୍ଟି ହେଉଛି, ତେଣୁ ଏହି ରକ୍ଷାବନ୍ଧନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରକ୍ଷାବନ୍ଧନ ଦିନ ସୃଷ୍ଟି ହୋଇଥିବା ବିଶେଷ ସୌଭାଗ୍ୟ କାରଣରୁ ୬ଟି ରାଶିକୁ ପ୍ରଚୁର ଲାଭ ମିଳିପାରେ। ମେଷ, ସିଂହ, ଧନୁ, ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରକ୍ଷାବନ୍ଧନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ହଠାତ୍ ଧନ ଲାଭ ହେବାର ସଙ୍କେତ ମିଳୁଛି। କ୍ୟାରିୟରରେ ପଦୋନ୍ନତି ମିଳିବା ସହ ଦରମା ମଧ୍ୟ ବଢିପାରେ।

Get real time updates directly on you device, subscribe now.