fbpx

NCERT ପାଠ୍ୟକ୍ରମରେ ସାମିଲ ହେବ ରାମାୟଣ ଓ ମହାଭାରତ? ୭ ଜଣିଆ ଉଚ୍ଚସ୍ତରୀୟ ପ୍ୟାନେଲର ପ୍ରସ୍ତାବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୩ ଅନୁଯାୟୀ କେନ୍ଦ୍ର ସରକାର ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରୁଛନ୍ତି । ପୂର୍ବରୁ ସ୍କୁଲ ଶିକ୍ଷାରେ ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସମାଜ ଶାସ୍ତ୍ର ଆଦି ପାଠ୍ୟକ୍ରମକୁ ସାମିଲ ନେଇ ୩୫ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା । ତେବେ ଏହା ମଧ୍ୟରେ ସ୍କୁଲ ପାଠ୍ୟକ୍ରମରେ କିଛି ପରିବର୍ତ୍ତନ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ସ୍କୁଲ ପାଠ୍ୟକ୍ରମର ସାମାଜିକ ବିଜ୍ଞାନ ବହିରେ ରାମାୟଣ ଓ ମହାଭାର ପାଠକୁ ଯୋଡ଼ିବାକୁ ପ୍ରସ୍ତାବ ରଖାଯାଇଛି । ଇତିହାସକୁ ୪ ଭାଗରେ ଶ୍ରେଣୀଭୁକ୍ତ କରିବାକୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ପ୍ୟାନେଲ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ଏନସିଇଆରଟିର ୭ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ପ୍ୟାନେଲ ଏହି ପ୍ରସ୍ତାବ ଦେଇଛି । ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର ପ୍ରସ୍ତାବନାକୁ ସ୍ଥାନୀୟ ଭାଷାରେ ଚିତ୍ରିତ କରିବାକୁ ସୁପାରିଶ କରାଯାଇଥିବା ଏହି କମିଟିର ଅଧ୍ୟକ୍ଷ ସି.ଆଇ ଇସାକ କହିଛନ୍ତି ।

ବହିତରେ ଭାରତୀୟ ନଲେଜ ସିଷ୍ଟମ, ବେଦ ଓ ଆୟୁର୍ବେଦକୁ ସାମିଲ କରିବାକୁ ଏନସିଇଆରଟିର ସାମାଜିକ ବିଜ୍ଞାନ କମିଟି ପକ୍ଷରୁ କୁହାଯାଇଛି । ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତକୁ ସାମିଲ କରିବା ଫଳରେ ଛାତ୍ରଛାତ୍ରୀଙ୍କର କିଶୋରାବସ୍ଥାରେ ଆତ୍ମସମ୍ମାନ, ଦେଶଭକ୍ତି, ରାଷ୍ଟ୍ର ପ୍ରତି ଗୌରବ ବୃଦ୍ଧି ହୋଇପାରେ ବୋଲି କମିଟିର ଅଧ୍ୟକ୍ଷ ଶ୍ରୀ ଇସାକ ଜୋର ଦେଇଛନ୍ତି । ଏଥିସହିତ ପୂର୍ବରୁ ଇତିହାସର ୩ଟି ଭାଗ ପଢ଼ାଯାଉଥିବା ବେଳେ ଇତିହାସକୁ ୪ ଭାଗରେ ଶ୍ରେଣୀଭୁକ୍ତ କରିବାକୁ ସୁପାରିଶ କରାଯାଇଛି । ବହିରେ ପ୍ରାଚୀନ, ମଧ୍ୟକାଳ ଓ ଆଧୁନିକ ଭାରତ ବିଭାଗ ସାମିଲ ରହିଛି । ତେବେ ପ୍ରାଚୀନ କାଳ, ମଧ୍ୟକାଳ, ବ୍ରିଟିଶ ଯୁଗ ଓ ଆଧୁନିକ ଭାରତ ଏପରି ୪ ଭାଗରେ ବିଭକ୍ତ କରିବାକୁ କମିଟି ସୁପାରିଶ କରିଛି ।

Get real time updates directly on you device, subscribe now.