fbpx

ସିନେମା ଦୁନିଆରୁ ଦୂରେଇ ଯିବେ ରାମଚରଣ: ନିଷ୍ପତ୍ତି ପଛରେ ରହିଛି ବଡ କାରଣ

ନୂଆଦିଲ୍ଲୀ: ୨୦୨୨ ମସିହାର ସୁପରହିଟ ଚଳଚ୍ଚିତ୍ର ‘ଆରଆରଆର’ ସାରା ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । କାହାଣୀ, ଚରିତ୍ରରୁ ଆରମ୍ଭ କରି ସଙ୍ଗୀତରେ ଅପୂର୍ବ ସଫଳତା ହାସଲ କରିଛି ଏହି ସିନେମା । ତେବେ ଏହି ସିନେମା ଜରିଆରେ ଲୋକଙ୍କ କୁବ ପ୍ରଶଂସା ସାଉଣ୍ଟିଛନ୍ତି ସୁପରଷ୍ଟାର ରାମଚରଣ । କିନ୍ତୁ ଏଭଳି ବିରାଟ ସଫଳତା ପରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସିନେମା ଜଗତରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରକଷ୍ଟାର ରାମଚରଣ । ତାଙ୍କର ଏହି ନିଷ୍ପତ୍ତି ବର୍ତ୍ତମାନ କୋଟି କୋଟି ଫ୍ୟାନ୍ସଙ୍କୁ ଏକ ଝଟକା ଦେଇଛି ।

ଚଳଚ୍ଚିତ୍ରରେ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ରାମଚରଣ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ସିନେମା ଜଗତରୁ ଦୂରେଇ ରହିବା ପାଇଁ ତାଙ୍କର ନିଷ୍ପତ୍ତିକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି । ତେବେ ରାମଚରଣ ସବୁଦିନ ପାଇଁ ସିନେମା ଦୁନିଆରୁ ଦୂରେଇ ଯାଉ ନାହାନ୍ତି । ପ୍ରକୃତ କଥା ହେଉଛି ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସୁପରଷ୍ଟାର ରାମଚରଣ । ତେଣୁ ପତ୍ନୀଙ୍କ ଡେଲିଭରୀ ପାଇଁ ସେ କିଛି ଦିନ ସିନେମା ଦୁନିଆରୁ ବିରତୀ ନେବାକୁ ଚାହୁଁଛନ୍ତି । ଜୁନ ମାସରେ ସମସ୍ତ କାମ ଶେଷ କରିବା ପରେ ଜୁନ ସେପ୍ଟେମ୍ବର ପର୍ଯ୍ୟନ୍ତ ପରିବାର ସହ ସେ ସମୟ ବିତାଇବେ ବୋଲି କହିଛନ୍ତି । ବାପା ହେବାର ଖୁସିକୁ ଉପଭୋଗ କରିବା ସହ ନବଜାତ ଶିଶୁ ସହ ସମୟ କାଟିବେ ରାମ ଚରଣ । ଏହାପରେ ସେ ପୁଣିଥରେ ସିଲଭର ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିବେ ।

ତେବେ ଏ ନେଇ ରାମଚରଣଙ୍କ ବାପା ତଥା ତେଲୁଗୁ ସୁପରଷ୍ଟାର ଚିରଞ୍ଜିବୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଜେଜେବାପା ହେବାର ଖୁସିକୁ ବ୍ୟକ୍ତ କରିଛନ୍ତି ଏବଂ ନିଜ ପ୍ରଶଂସକଙ୍କ ସହ ଏହି ଖକବର ବାଣ୍ଟିଛନ୍ତି । ଭଗବାନ ହନୁମାନଙ୍କ ଏକ ଫଟୋ ସେୟାର କରିବା ସହ ବୋହୂ ଉପାସନା ଏବଂ ପୁଅ ରାମଚରଣଙ୍କ ପ୍ରଥମ ସନ୍ତାନ ବିଷୟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.