fbpx
BJD SKY
BJD SKY

ଶ୍ରୀଜିଉଙ୍କୁ ଦର୍ଶନ ସାରି ଫେରିଲେ ରାଷ୍ଟ୍ରପତି: ଦର୍ଶନ କରି ଖୁସି ହେଲେ ରାମନାଥ କୋବିନ୍ଦ

BJD

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଶ୍ରୀଜିଉ ଦର୍ଶନ କରିଛନ୍ତି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ତେବେ ଶନିବାର ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ରାଷ୍ଟ୍ରପତି । ଦର୍ଶନ ସାରି ପୁରୀ ରାଜଭବନ ଫେରିଛନ୍ତି ରାଷ୍ଟ୍ରପତି ।

ଶ୍ରୀଜିଉଙ୍କୁ ଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ ଦେଖି ମନ୍ତ୍ରମୁଗ୍ଧ ହେଲେ ଏବଂ ଏହା ସବୁବେଳେ ଚୀର ସ୍ମରଣୀୟ ହୋଇ ରହିବେ ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତିଙ୍କ ଏଡିସି ।

Get real time updates directly on you device, subscribe now.