fbpx
BSKY
BJD MC SKY
BJD YOUTH SKY

ସନ୍ଦେହଜନକ ଅବସ୍ଥାରେ ରେଞ୍ଜରଙ୍କ ମୃତ ଦେହ ଉଦ୍ଧାର

ରାୟଗଡ଼ା କଲ୍ୟାଣସିଂହପୁର ବନ ବିଭାଗ ଡେପୁଟି ରେଞ୍ଜରଙ୍କ ମୃତଦେହ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ଅଧିକାରୀଙ୍କ ନାମ ବ୍ରଜମୋହନ ଭୋଇ ବୋଲି ଜଣା ପଡିଛି । ଖବର ପାଇ ସ୍ଥାନୀୟ ସହସିଲଦାରଙ୍କ ସହିତ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।

ସକାଳୁ ବ୍ରଜମୋହନ ଅଫିସ ନଆସିବାରୁ ତାଙ୍କର ସହକର୍ମୀମାନେ ଯାଇ ତାଙ୍କ ଘର ନିକଟରେ ତାଙ୍କୁ ଡାକିଥିଲେ । ଏଥିରେ ସେ କୌଣସି ଉତ୍ତର ଦେଇ ନଥିଲେ, ଏହା ପରେ ସେମନଙ୍କ ସନ୍ଦେହ ଘନିଭୁତ ହୋଇଥିଲା । ଏହାପରେ ସେମାନେ ତାଙ୍କ ଝରକାରେ ଦେଖିଲେ ଯେ, ଭୋଇଙ୍କର ମୃତ୍ୟୁ ହୋଇଯାଇଛି ଏବଂ ସେ ଉଲଘ୍ନ ଅବସ୍ଥାରେ ତଳେ ପଡିଥିଲେ ।

ଏହା ପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରତେ ପହଁଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

 

Get real time updates directly on you device, subscribe now.