fbpx

ଦୁଷ୍କର୍ମର ଶିକାର ହୋଇଥିବା ମହିଳା ୟୁ-ଟ୍ୟୁବ୍ ଦେଖି ନିଜର କଲେ ଆବୋରସନ୍, ଆଉ ତାପରେ…

Advertisement

ନୂଆଦିଲ୍ଲୀ : ଜଣେ ୨୪ ବର୍ଷୀୟ ମହିଳା ୟୁ-ଟ୍ୟୁବ୍ ଭିଡିଓ ଦେଖି ଘରେ କେହି ନଥିବା ସମୟରେ ନିଜେ ନିଜର ଗର୍ଭପାତ କରିଛନ୍ତି । ଏହିଭଳି ଏକ ସଙ୍ଗୀନ ଖବର ଆସିଛି ମହାରାଷ୍ଟ୍ରର ନାଗପୁରରୁ । ତେବେ ମହିଳାଙ୍କର ଏହି ଖବର ସାମନାକୁ ଆସିବା ପରେ ପୀଡ଼ିତା ନିଜର ପ୍ରେମିକ ସୋହେଲ୍ ୱହାବଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ନାଗପୁରର ଯଶୋଧରା ନଗରରେ ରହୁଥିବା ପୀଡ଼ିତାଙ୍କ କହିବା ଅନୁଯାୟୀ, ତାଙ୍କ ପ୍ରେମିକ ସୋହେଲ ୨୦୧୬ ରୁ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇ ଲଗାତର ଭାବରେ ଦୁଷ୍କର୍ମ କରି ଆସୁଥିଲା । ରିପୋର୍ଟ ମୁତାବକ, ଅଭିଯୁକ୍ତ ସୋହେଲ ପୀଡ଼ିତାଙ୍କୁ ସବୁବେଳେ ବାହାରକୁ ବୁଲାଇବାକୁ ନେଉଥିଲା । ଆଉ ଏହା ଭିତରେ ସେ ପୀଡ଼ିତାଙ୍କ ସହିତ ପ୍ରାୟ ୫୦ରୁ ଅଧିକ ଥର ରେପ୍ କରିଥିବା ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରେ ଚାଲିଥିବା ପ୍ରେମ ପ୍ରସଙ୍ଗ ମହିଳାଙ୍କ ଘରେ ବି ଜଣାଥିଲା । କିନ୍ତୁ ଅଭିଯୁକ୍ତ ସେମାନଙ୍କୁ ବି ନିଜ କଥାଛଳରେ ଫସାଇ ରଖିଥିଲା ।

ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ସୋହେଲ ତାଙ୍କୁ ବାରମ୍ବାର ଗର୍ଭପାତ କରିବାକୁ ନେଇ ବାଧ୍ୟ କରୁଥିଲା କାରଣ ସେ ବିବାହିତ ଥିଲା ଓ ତାର ଗୋଟିଏ ଛୁଆ ବି ଥିଲା । ସୋହେଲ ତାଙ୍କୁ ୟୁ-ଟ୍ୟୁବ୍ ଭିଡିଓ ଦେଖି ଗର୍ଭପାତ କରାଇବାକୁ କହିଥିଲା । ଆଉ ଏହି ସେଲ୍ଫ ଆବୋରସନ୍ କରିବା ବେଳେ ମହିଳା ନିଜର ଗର୍ଭନଳୀକୁ କାଟି ନିଜ ଜୀବନକୁ ବିପଦରେ ପକାଇଛନ୍ତି । ସେ ସାତ ମାସ ଗର୍ଭବତୀ ଥିବା ଜଣାପଡ଼ିଥିଲେ ।

ୟୁ-ଟ୍ୟୁବ୍ ଭିଡିଓ ଦେଖି ମହିଳା ଛୁଆ ଜନ୍ମ କରିଥିଲେ କିନ୍ତୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସୋହେଲ ମହିଳାଙ୍କ ଘରେ ପହଞ୍ଚିଥିଲା ଏବଂ ଛୁଆକୁ ନେଇ ପାଖ ମଶାଣୀରେ ପୋତି ଦେଇଥିଲା । ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ମିଳିବାପରେ ପୋଲିସ୍ କୁ ଏସମ୍ପର୍କରେ ସୂଚନା ଦେଇଥିଲେ ।

 

Get real time updates directly on you device, subscribe now.