fbpx

ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି

ପୁରୀ,୨୧ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ବଢୁଥିବାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ମହଲରୁ ସ୍ୱର ଉଠିବାରେ ଲାଗିଛି । ରଥଯାତ୍ରା ପ୍ରସଙ୍ଗରେ ପୁନଃବିଚାର ପାଇଁ ଆବେଦନ କରାଯାଇଥିବା ବେଳେ ଆସନ୍ତାକାଲି ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟରେ ଲିଷ୍ଟିଂ ହୋଇଛି ରଥଯାତ୍ରା ମାମଲା । ରତଯାତ୍ରା ସପକ୍ଷରେ ୧୭ଟି ମୋଡିଫିକେସନ ପିଟିସନ ଦାଖଲ ହୋଇଛି ।

ତେବେ ରଥଯାତ୍ରା ମଙ୍ଗଳବାର ଥିବା ବେଳେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନିମନ୍ତେ ଆଉ ମାତ୍ର ମଝିରେ ଗୋଟିଏ ଦିନ ରହିଛି । ଭର୍ଚୁଆଲ୍ କୋର୍ଟ-୩ ନମ୍ବରରେ ହେବ ରଥଯାତ୍ରା ଶୁଣାଣି । ପୂର୍ବାହ୍ନ ୧୧ ଟା ସମୟରେ ସୁପ୍ରିମକୋର୍ଟରେ ଶୁଣାଣି କରିବେ ଜଷ୍ଟିସ୍ ଏସ୍ . ରବୀନ୍ଦ୍ର ଭଟ୍ଟ ।

Get real time updates directly on you device, subscribe now.