fbpx
BSKY
BJD SHG SKY
BJD YOUTH SKY

Ration Card ନିୟମରେ ଆସିଲା ବଡ଼ ପରିବର୍ତ୍ତନ! ଜାଣନ୍ତ କଣ ନଚେତ୍ ମିଳିବନି ରାସନ

ନୂଆଦିଲ୍ଲୀ: ରାସନ କାର୍ଡଧାରୀ ମାନଙ୍କ ପାଇଁ ଖୁସି ଖବର । ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଅଧୀନରେ ଲାଭାର୍ଥୀ ମାନେ ସେମାନଙ୍କ ପସନ୍ଦ ମୁତାବକ ଡିଲର୍ ଙ୍କ ଠାରୁ ରାସନ ନେଇପାରିବେ । ଅର୍ଥାତ୍ ଆପଣ ନିଜ ଇଚ୍ଛାନୁସାରେ ଡିଲର୍ ପରିବର୍ତ୍ତନ କରିପାରିବେ । ତେବେ ଏହାକୁ ନେଇ ସରକାରୀ ବିଜ୍ଞାପନ ଜାରି କରାଯାଇଛି । ଏବେ ଠାରୁ ଯଦି କୌଣସି ବ୍ୟକ୍ତି ରାସନ ନେବା ପାଇଁ ଆସନ୍ତି ଯଦିଓ ସେ ଉକ୍ତ ଡିଲର୍ ଅଧୀନରେ ହୋଇ ନଥାଇପାରନ୍ତି ତାହାହେଲେ ଆପଣ ତାଙ୍କୁ ଫେରାଇ ଦେଇପାରିବେ ନାହିଁ । ଆପଣଙ୍କୁ ଉକ୍ତ ବ୍ୟକ୍ତିଙ୍କୁ ରାସନ ଦେବାକୁ ପଡ଼ିବ ।

ସୂଚନା ଅନୁସାରେ, ରାଞ୍ଚୀ ଜିଲ୍ଲାରେ ଯୋଗାଣ ଅଧିକାରୀ ଅରବିନ୍ଦ ବିଲୁଙ୍ଗଙ୍କ ତରଫରୁ ଜିଲ୍ଲାର ସମସ୍ତ ରେସନ କାର୍ଡଧାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଡ ଧାରକମାନଙ୍କ ଗୋଟିଏ ସମସ୍ୟା ଏହା ରହିଥାଏ ଯେ, ସେମାନେ କାର୍ଡ ଧାରକଙ୍କ ସହିତ ମନମୁଖୀ ବ୍ୟବହାର କରନ୍ତି । ଯାହାଦ୍ୱାରା କାର୍ଡଧାରୀ ମାନେ ରାସନ ନ ନେଇ ଫେରି ଯାଆନ୍ତି । ତେବେ ଏହି ସମସ୍ୟାରୁ ଆପଣ ମାନେ ମୁକ୍ତି ପାଇପାରିବେ ।

 

Get real time updates directly on you device, subscribe now.