ଟିମ ଇଣ୍ଡିଆକୁ ଫେରିଲେ ଅଶ୍ୱୀନ: ରାତାରାତି ବଦଳିଗଲେ ଭାରତୀୟ ଦଳର ଅଧିନାୟକ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ତେବେ ଏହାପୂର୍ବରୁ ଏସିଆ କପ୍ ଉପରେ କବଜା କରିଛି ଟିମ ଇଣ୍ଡିଆ । ବର୍ତ୍ତମାନ ଭାରତୀୟ ଦଳର ଅଦିନାୟକ ବଦଳି ଯାଇଛନ୍ତି । ଏହାସହିତ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ରୋହିତଙ୍କ ସ୍ଥାନରେ କେ.ଏଲ ରାହୁଲଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରାଯାଇଛି । ଏହାସହିତ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଏହି ଦଳରେ ସୁଯୋଗ ମିଳିଛି । ସେହିପରି ତିଲକ ବର୍ମା ମଧ୍ୟ ଦଳରେ ନିଜ ସ୍ଥାନ ଳବଜାୟ ରଖିଛନ୍ତି ।

ବିଶ୍ୱକପ ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସରିଜ ଆୟୋଜିତ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ମ୍ୟାଚରେ ପରାଜୟ ଦଳ ହାତରୁ ଟ୍ରଫି ଛଡ଼ାଇ ନେଇଛି । ଏହାପରେ ଦିନିକିଆ ଫର୍ମାଟର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଶୀର୍ଷ ସ୍ଥାନ ପାଇଁ ହେବ ଘମାଘୋଟ ଲଢେଇ । ତେବେ ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରି ସାରିଥିବା ବେଳେ ବର୍ତ୍ତମାନ ଭାରତ ମଧ୍ୟ ଦଳ ଘୋଷଣା କରିଛି । ତେବେ ଭାରତର ଏହି ସିରିଜକୁ ଦୁଇ ଭାଗରେ ବିଭକ୍ତ କରିଛି । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଗୋଟିଏ ଦଳ ରହିଥିବା ବେଳେ ଶେଷ ମ୍ୟାଚ ପାଇଁ ଅନ୍ୟ ଏକ ଦଳ ଚୟନ କରାଯାଇଛି ।

ପ୍ରଥମ ଦୁଇଟି ମ୍ୟାଚ ପାଇଁ ଦଳର ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଉପଲବ୍ଧ ନାହାନ୍ତି । କିନ୍ତୁ ଶେଷ ମ୍ୟାଚ ପାଇଁ ସମସ୍ତ ଖେଳାଳି କମବ୍ୟାକ କରିଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ କେ.ଏଲ ରାହୁଲଙ୍କୁ ଦଳର ନେତୃତ୍ୱ ପଦ ମିଳିଥିବା ବେଳେ ଉପ-ଅଧିନାୟକ ପଦରେ ରହିଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ସେହିପରି ଶେଷ ମ୍ୟାଚ ପାଇଁ ଅଧିନାୟକ ରୋହିତ ଶର୍ମା ଫେରିବାରୁ ସେ ନେତୃତ୍ୱ ପଦ ଫେରିପାଇଛନ୍ତି ଏବଂ ଜାଡେଜା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ହସ୍ତାନ୍ତର କରିବେ । ସେପଟେ ଅଷ୍ଟ୍ରେଲିଆ ଦଳରେ ପ୍ୟାଟ କମିନ୍ସ ଦଳର ଅଧିନାୟକ ଭାବରେ କମବ୍ୟାକ କରିଛନ୍ତି ।

ପ୍ରଥମ ୨ଟି ମ୍ୟାଚ ପାଇଁ ଭାରତୀୟ ଦଳ: କେ.ଏଲ ରାହୁଲ(ଅଧିନାୟକ), ରବିନ୍ଦ୍ର ଜାଡେଜା(ଉପ-ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଶାନ କିଶାନ, ଶାର୍ଦ୍ଦୁଳ ଠାକୁର, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱୀନ, ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା

ଶେଷ ମ୍ୟାଚ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ, ଇଶାନ କିଶାନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱୀନ, ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ, ମହମ୍ମଦ ସିରାଜ ।

Get real time updates directly on you device, subscribe now.