ମୁମ୍ବାଇ: ଚଳିତ ଆଇପିଏଲରେ ଲଗାତାର ଖରାପ ପ୍ରଦର୍ଶନ କରିବା ପରେ ଟୁର୍ଣ୍ଣାମେଣ୍ଟ ଅଧାରୁ ଚେନ୍ନାଇ ଅଧିନାୟକ ପଦବୀରୁ ଓହରି ଯାଇଛନ୍ତି ରବିନ୍ଦ୍ର ଜାଡେଜା । ୮ ମ୍ୟାଚ୍ ରୁ ୬ ପରାଜୟ ପରେ ସେ ଧୋନୀଙ୍କୁ ପୁଣି ଅଧିନାୟକ ପଦ ଫେରାଇ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ଶନିବାର ଏହି ବିଷୟରେ ସୂଚନା ଦେଇଛି । ଜାଡେଜା ନିଜ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ସେ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।
ସିଏସକେର ପ୍ରେସ ବିଜ୍ଞପ୍ତି ଅନୁଯାୟୀ “ରବିନ୍ଦ୍ର ଜାଡେଜା ଏବେ ତାଙ୍କ ଖେଳ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏମଏସ ଧୋନିଙ୍କୁ ସିଏସକେର ନେତୃତ୍ୱ ନେବାକୁ ଅନୁରୋଧ କରିଛନ୍ତି। ଏମଏସ ଧୋନି ସିଏସକେର ନେତୃତ୍ୱ ନେଇଛନ୍ତି ବୋଲି କୁହାଯାଇଛି ।
Jadeja to handover CSK captaincy back to MS Dhoni:Ravindra Jadeja has decided to relinquish captaincy to focus and concentrate more on his game & has requested MS Dhoni to lead CSK. MS Dhoni has accepted to lead CSK in the larger interest & to allow Jadeja to focus on his game.
— Chennai Super Kings (@ChennaiIPL) April 30, 2022