fbpx

ଦୁଇଟି ବ୍ୟାଙ୍କ ଉପରେ RBI କାର୍ଯ୍ୟାନୁଷ୍ଠାନ: ଗୋଟିଏ ବ୍ୟାଙ୍କର ଲାଇସେନ୍ସ ରଦ୍ଦ, ଗ୍ରାହକଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ । ତେବେ ଗତମାସରେ କେନ୍ଦ୍ରୀୟ ବ୍ୟାଙ୍କ ୩ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ସେହପରି ୩-୪ ତଳେ ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୧.୪୫ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଏହା ମଧ୍ୟରେ ପୁଣି ଏକ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ, ପୁଣି ଏକ ବ୍ୟାଙ୍କର ଲାଇସନ୍ସେ ରଦ୍ଦ କରିଛି କେନ୍ଦ୍ରୀୟ ବ୍ୟାଙ୍କ । ଏହି ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ଓ ରୋଜଗାରର ସମ୍ଭାବନା ନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି । ତେବେ ଆଗକୁ ଯଦି ଏହି ବ୍ୟାଙ୍କକୁ କାରବାର ପାଇଁ ଅନୁମତି ଦିଆଯାଏ ତେବେ ସାଧାରଣ ଗ୍ରାହକଙ୍କ ପାଇଁ ତାହା ସମସ୍ୟା ସୃଷ୍ଟି କରିପାରେ ।

ଉତ୍ତରପ୍ରଦେଶର ଗାଜୀପୁର ସ୍ଥିତ ପୂର୍ବାଞ୍ଚଳ ସହକାରୀ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ତେବେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଗ୍ରାହକମାନେ ଜମା ବୀମା ଓ ଲୋନ ଗ୍ୟାରେଣ୍ଟି ନିଗମ (ଡିଆଇସିଜିସି) ଠାରୁ କେବଳ ୫ ଲକ୍ଷ ଟଙ୍କାର ଜମା ରାଶି ପାଇବାକୁ ହକଦାର ହେବେ । ପାଖାପାଖି ୯୯.୫୧ ପ୍ରତିଶତ ଜମାକାରୀ ଡିଆଇସିଜିସି ଠାରୁ ନିଜର ପୂରା ଜମା ରାଶି ପାଇବାକୁ ହକଦାର ହେବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.