fbpx

ପୁଣି ବନ୍ଦ ହେଲା ଆଉ ଏକ ବ୍ୟାଙ୍କ: ଲାଇସେନ୍ସ ରଦ୍ଦ କଲା RBI, ଖାତାଧାରୀ ହତାଶ

ନୂଆଦିଲ୍ଲୀ: ପୁଣି ଏକ ବ୍ୟାଙ୍କ ଉପରେ ଝୁଲିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଖଣ୍ଡା । ଏହା ପୂର୍ବରୁ ପୁଣେର ରୂପୀ ସହକାରୀ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରାଯାଇଥିଲା । ରୂପୀ ସହକାରୀ ବ୍ୟାଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଉକ୍ତ ବ୍ୟାଙ୍କକୁ ବନ୍ଦ କରିବା ପାଇଁ ଆରବିଆଇ ପକ୍ଷରୁ ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ଆଜିଠାରୁ ଏହି ବ୍ୟାଙ୍କକୁ ସବୁଦିନ ପାଇଁ ବନ୍ଦ ହୋଇଥିବା ଘୋଷଣା କରାଯାଇଥିଲା ।

ତେବେ ଏହା ମଧ୍ୟରେ ଆଉ ଏକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି ଆଇବିଆଇ । ମହାରାଷ୍ଟ୍ରର ସୋଲାପୁର ସ୍ଥିତ ଦ ଲକ୍ଷ୍ମୀ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରିଛି ଆରବିଆଇ । ଏଥିସହିତ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ଗ୍ରାହକଙ୍କ ଅର୍ଥ ଉଠାଣ ନେଇ ସ୍ପଷ୍ଟ ସୂଚନା ଜାରି କରାଯାଇଛି । ବ୍ୟାଙ୍କର ଜମାକାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ୍ କରିପାରିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ଏକ ନୋଟିସରେ କୁହାଯାଇଛି ।

ଜମା ବୀମା ଓ କ୍ରେଟିଟ ଗ୍ୟାରେଣ୍ଟି ନିଗମ (ଡିଆଇସିଜିସି) ଆକ୍ଟ ୧୯୬୧ ଅନୁଯାୟୀ, ଯେଉଁ ବ୍ୟାଙ୍କରେ ଗ୍ରାହକଙ୍କ ଅର୍ଥ ଜମା ଥିବ, ତାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଡିପୋଜିଟ୍ ଉପରେ ବୀମା କବର ଦିଆଯାଇଥାଏ । ଲାଇସେନ୍ସ ରଦ୍ଦ ହେବା ପରେ ଏବେ ଲକ୍ଷ୍ମୀ କୋ-ଅପରେଟିଭ ବ୍ୟାଙ୍କ ନେଣଦେଣ ସହିତ ଅନ୍ୟ ଆର୍ଥିକ କାର୍ଯ୍ୟ କରିପାରିବ ନାହିଁ । ଏବେ ଗ୍ରାହକମାନେ ସେମାନଙ୍କର ଅର୍ଥ ପାଇବା ପାଇଁ ଆବେଦନ କରିବାକୁ ପଡ଼ିବ । ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥର ଅଭାବ ରହିବା ସହ ରୋଜଗାରର ସମ୍ଭାବନ ନଥିଲା । ଏଥି ସହିତ ବ୍ୟାଙ୍କ ନିରନ୍ତର ଭାବେ ଜମାକାରୀଙ୍କ ହିତ ପାଇଁ କାର୍ଯ୍ୟ କରୁନଥିବା ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.