fbpx

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ସମ୍ମାନ, ବ୍ୟାଙ୍କିଂ ସେବା କ୍ଷେତ୍ରରେ ନେଇଛନ୍ତି ବହୁ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ:ଭାରତର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଂ ପକ୍ଷରୁ ଗଭର୍ଣ୍ଣର ଅପ୍ ଦି ଇୟର ସମ୍ମାନ ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ୱ ସମ୍ଭାଳିବା ପରଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିକଟରେ ସେ ୨୦୦୦ଟଙ୍କିଆ ନୋଟ୍ ପ୍ରଚଳନରୁ ବାହାର କରାଯିବା ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ବି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଦିଗରେ ସେ ବହୁତ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । କରୋନା ସଂକଟ ସମୟରେ ବି ସେ ନିଜ ନିଷ୍ପତ୍ତି ବଳରେ ଲୋକଙ୍କ ଠାରୁ ପ୍ରଶଂସା ପାଇଥିଲେ । ଏହି ସମୟରେ ସେ ଦେଶର ବ୍ୟାଙ୍କ ଗୁଡିକୁ କିଛି ମାସ ଲାଗି ଇଏମଆଇରୁ ରିହାତି ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.