fbpx

ଲୋକଙ୍କୁ ଋଣ ଦେବା ପାଇଁ RBI ଆରମ୍ଭ  କରୁଛି ଏକ ନୂତନ ବ୍ୟବସ୍ଥା : ଅଗଷ୍ଟ ୧୭ରୁ ହେବ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ସର୍ବସାଧାରଣ ଟେକ୍ନୋଲଜି ମଞ୍ଚ ବା ପବ୍ଲିକ ଟେକ ପ୍ଲାଟଫର୍ମର ପାୟଲଟ ପ୍ରୋଜେକ୍ଟ ଗୁରୁବାର ଅଗଷ୍ଟ ୧୭ରେ ଲଞ୍ଚ କରିବ । ଏହି ପ୍ଲାଟଫର୍ମ ମାଧ୍ୟମରେ ଆରବିଆଇ ଅଭାବି ଅଞ୍ଚଳକୁ ଋଣ ଯୋଗାଇବା ଏବଂ ଆର୍ଥିକ ଅର୍ନ୍ତଭୁକ୍ତିକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଗୁରୁବାର ଦିନ କହିଥିଲେ ଯେ, ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ ସହଜରେ ଋଣ ହେବା ପାଇଁ ଏକ ପବ୍ଲିକ ଟେକ ପ୍ଲାଟଫର୍ମ ତିଆରି କରୁଛି ।

କେଉଁ ପ୍ରକାର ଲୋନ ଦେବ ପାଇଁ ପ୍ରବନ୍ଧ କରୁଛି ଆରବିଆଇ : ଆରବିଆଇ ସୋମବାର ଦିନ ଏନେଇ କହିଥିଲା ଯେ, ପାୟଲଟ ପ୍ରୋଜେକଟ ସମୟରେ ଏହି ଟେକ୍ନୋଲଜି ପ୍ଲାଟଫର୍ମରେ ଥିବା ବ୍ୟାଙ୍କ ୧.୬ଲକ୍ଷ ଟଙ୍କାର କୃଷକ କ୍ରେଡିଟ କାର୍ଡ ଋଣ, ଗୋ ବ୍ୟବସାୟ ପାଇଁ ଋଣ, କୌଣସି ଜାମିନ ବିନା ଗଝଗଋ ଉଦ୍ୟୋଗ ପାଇଁ ଋଣ, ବ୍ୟକ୍ତିଗତ ଋଣ ଏବଂ ଗୃହ ଋଣ ଦେବାର ପ୍ରବନ୍ଧ କରୁଛି । ଏଥିରେ ଋଣଦାତାଙ୍କୁ ଜରୁରୀ ଡିଜିଟାଲ ସୂଚନା ସାହାଯ୍ୟରେ କୌଣସି ବାଧାବିଘ୍ନ ନଥାଇ ସହଜରେ ଋଣ ଯୋଗ।।ଇ ପାରିବ । ଆରବିଆଇ ଏହି ପାୟଲଟ ପ୍ରୋଜେକ୍ଟ ଅଗଷ୍ଟ ୧୭ରେ ପାୟଲଟ ସ୍ତରରେ ଆରମ୍ଭ କରିବ ।

ଆରବିଆଇ କହିବା ଅନୁସାରେ ଅଗଷ୍ଟ ୧୭କୁ ଏହି ପ୍ରୋଜେକ୍ଟ ଆରମ୍ଭ କରାଯିବ ଏବଂ ଏହି ଅବଧିରେ ପାପ୍ତ ଅନୁଭୁତିକୁ ଆଧାର କରି ପ୍ରୋଡକ୍ଟସ, ସୂଚନା ପ୍ରଦାନକାରୀ ଏବଂ ଋଣଦାତାଙ୍କ ମଧ୍ୟରେ ଆମ୍ବିଟ ଅଣା ଯିବ । ପବ୍ଲିକ ଟେକ ପ୍ଲାଟଫର୍ମ ଉପରେ ଆଧାରିତ ଇକ୍ଟେ୍ଟ୍ରାନିକ କେୱାଇସି କରିବା, ରାଜ୍ୟ ସରକାରଙ୍କ ଜମିର ରେକର୍ଡ, ପାନର ବୈଧତା, ଆଧାର ଇ- ଦସ୍ତଖତ ଏବଂ ଘର ଓ ସମ୍ପତ୍ତି ସନ୍ଧାନ କରାଯାଇପାରିବା ।

Get real time updates directly on you device, subscribe now.