fbpx
BSKY
BJD SHG SKY
BJD YOUTH SKY

ବ୍ୟାଙ୍କ ଲକର ନିୟମରେ ବଡ ପରିବର୍ତ୍ତନ ଆଣିଲା ଆରବିଆଇ; ଜାଣନ୍ତୁ କଣ ବଦଳିଛି

ନୂଆଦିଲ୍ଲୀ: ବ୍ୟାଙ୍କରେ ଲକର ବ୍ୟବସ୍ଥା ରହିଥିବା ବେଳେ ଆରବିଆଇ ପକ୍ଷରୁ ବୁଧବାର ଲକର ନିୟମରେ ବଡ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି । ଯଦି ଆପଣ ନୂଆ ଲକର ଖୋଲିବାକୁ ଚାହୁଁଛନ୍ତି ତେବେ ଏହି ସମସ୍ତ ନୂତନ ନିୟମ ସମ୍ପର୍କରେ ଜାଣି ନିଅନ୍ତୁ । ନୂତନ ନିୟମ ଅନୁସାରେ ଏଣିକି ବ୍ୟାଙ୍କ ଗୁଡିକ ଏକ ଟର୍ମ ଡିପୋଜିଟ୍ ରଖିବେ । ଲକର ପ୍ରଦାନ କରିବା ସମୟରେ ୩ ବର୍ଷର ଟର୍ମ ଡିପୋଜିଟ ବ୍ୟାଙ୍କ ନିକଟରେ ଦାଖଲ କରିବାକୁ ପଡିବ । ତେବେ ପୂର୍ବରୁ ଲକର ଗ୍ରାହକଙ୍କ ପାଇଁ ଏହାକୁ ଲାଗୁ କରାଯିବ କି ନାହିଁ ତାହା ବ୍ୟାଙ୍କର ଇଚ୍ଛାଧୀନ ବିଷୟ ରଖାଯାଇଛି ।

ଅବ୍ୟବହୃତ ଲକର ଗୁଡିକର ସେଟେଲମେଣ୍ଟ କରିବା ପାଇଁ ଆରବିଆଇ କହିଛି । ମୃତ ବ୍ୟକ୍ତି ତଥା ବ୍ୟବହୃତ ହେଉନଥିବା ଲକର ଗୁଡିକ ତୁରନ୍ତ ଖାଲି କରିବା ପାଇଁ ଆରବିଆଇ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ମୃତ ବ୍ୟକ୍ତିଙ୍କ ନୋମିନି କିମ୍ବା ଜୀବନ୍ତ ବ୍ୟକ୍ତି ନୋଟିସର ୧୫ ଦିନ ମଧ୍ୟରେ ଡକ୍ୟୁମେଣ୍ଟ ସହିତ ବ୍ୟାଙ୍କରେ ସମ୍ପର୍କ କରିବା ପାଇଁ କୁହାଯାଇଛି । ଏହା ସହିତ ସମସ୍ତ ଗ୍ରାହକଙ୍କ ପାଇଁ କେୱାଇସି ବାଧ୍ୟତାମୂଳକ ରଖାଯାଇଛି । ସେଫ ଲକର ପାଇଁ କେୱାଇସି ବାଧ୍ୟତାମୂଳକ ରଖାଯାଇଛି । ଲକର ଜରିଆରେ ନିଶା କାରବାର ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଫେବୃୟାରୀ ମାସରେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆରବିଆଇ ପକ୍ଷରୁ ଏହି ଗାଇଡଲାଇନ ନିର୍ଦ୍ଧାରଣ କରାଯାଇଛି ।

Get real time updates directly on you device, subscribe now.