fbpx

RBI ଆଣିବ ନୂଆ ଯୋଜନା: ବିନା OTPରେ ହେବ ଅନଲାଇନ୍ କାରବାର, ଠକାମିରୁ ମୁକ୍ତି ପାଇବେ କୋଟି କୋଟି ଗ୍ରାହକ

ନୂଆଦିଲ୍ଲୀ: ଦିନକୁ ଦିନ ଅନଲାଇନ୍ କାରବାର ବଢ଼ି ଚାଲିଥିବା ବେଳେ ବେଳେ ସେହି ଅନୁପାତରେ ଅନଲାଇନ୍ ଠକଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଅନଲାଇନ୍ ଫ୍ରଡଙ୍କୁ ସାବାଡ଼ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆପଣଙ୍କୁ ଅନଲାଇନ୍ କାରବାର ପାଇଁ ଆଉ ୱାନ୍ ଟାଇମ୍ ପାସୱାର୍ଡ (ଓଟିପି) ଦେବାକୁ ପଡ଼ିବ ନାହିଁ ।

ସାଧାରଣ ଭାବେ ଅନଲାଇନ ଟ୍ରାଞ୍ଜାକସନ କରିବା ସମୟରେ ଗ୍ରାହକଙ୍କ ମୋବାଇଲ ବା ଇ-ମେଲକୁ ଏକ ଓଟିପି ଆସିଥାଏ । ଉକ୍ତ ଓଟିପିକୁ ଦେବା ପରେ ଅନଲାଇନ୍ କାରବାର ସୁରକ୍ଷିତ ହୋଇଥାଏ ବୋଲି ଆମେ ଜାଣିଥାଉ । ତେବେ ଅନେକ ସମୟରେ ଓଟିପିରେ ମଧ୍ୟ ଠକାମି ହେଉଥିବା ଖବର ସାମ୍ନାକୁ ଆସିଛି । ତେଣୁ ଆରବିଆଇ ଓଟିପି ପ୍ରକ୍ରିୟାକୁ ବନ୍ଦ କରିବାକୁ ଯାଉଛି । ଏଥିସହିତ ଅଧିକ ସୁରକ୍ଷା ଥିବା ପଦ୍ଧତି ଆଣିବାକୁ ଆରବିଆଇ ଯୋଜନା କରୁଛି । ଫଳରେ ଗ୍ରାହକଙ୍କର ଅନଲାଇନ୍ କାରବାର ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିପାରିବ ବୋଲି କୁହାଯାଉଛି ।

ବର୍ତ୍ତମାନ ସମୟରେ ଯେ କୌଣସି ଅନଲାଇନ୍ କାରବାର ପାଇଁ ଗ୍ରାହକଙ୍କ ନିକଟକୁ ଏସଏମଏସ ମାଧ୍ୟମରେ ଓଟିପି ଆସିଥାଏ । ଅନଲାଇନ ପେମେଣ୍ଟରେ କୌଣସି ବିଶୃଙ୍ଖଳା ନଥାଏ ବୋଲି ଯାଞ୍ଚ ପରେ ଓଟିପି ସ୍ପଷ୍ଟ କରିଥାଏ । ତେବେ ଆଗକୁ ଓଟିପି ପରିବର୍ତ୍ତେ ପ୍ରାମାଣୀକରଣ ଆପ୍ ବ୍ୟବହାର କରାଯାଇ ପାରିବ । ସେଥିରେ ଗ୍ରାହମାନେ ନିଜ ଫୋନରେ ଆପରୁ ପାସୱାର୍ଡ ପାଇ ପାରିବେ । ସେଥିରେ ଟୋକେନ ପରି ଅନେକ ବିକଳ୍ପ ରହିଛି । ବର୍ତ୍ତମାନ ସମୟରେ ବିଭିନ୍ନ ସର୍ଭିସ ପ୍ରୋଭାଇଡର ଦିନକୁ ପାଖାପାଖି ୪୦୦ କୋଟି ଓଟିପି ପଠାଉଥିବାରୁ ସେ କ୍ଷେତ୍ରରେ ଜାଲିଆତି ବଢ଼ିବାରେ ଲାଗିଛି । ତେଣୁ ଆଗକୁ ଆରବିଆଇ ଓଟିପି-ଲେସ ଅଥନଟିକେସନ ଲଞ୍ଚ କରିବାକୁ ଯାଉଛି । ସେଥିରେ ସେବା ପ୍ରଦାତ୍ତାଙ୍କ ସହ ଗ୍ରାହକଙ୍କର ସିଧାସଳଖ ସଂଯୋଗ ରହିବ ଓ ତାହା ଅଧିକ ସୁରକ୍ଷିତ ରହିପାରିବ ।

Get real time updates directly on you device, subscribe now.